ଚାନ୍ଦିପୁର ଘାଟିରୁ ପରୀକ୍ଷଣ ହେବ କ୍ଷେପଣାସ୍ତ୍ର, ଖାଲି ହେବ ଗାଁ

ବାଲେଶ୍ୱର,୧୨/୦୯: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ନଂ ୩ ଲଞ୍ଚ କମ୍ପେ୍ଲକ୍ସରୁ ଗୁରୁବାର କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଏଥିପାଇଁ ଏହି ଲଞ୍ଚ କମ୍ପେ୍ଲକ୍ସ ଆଖପାଖ  ୨.୫ କିମି ପରିଧି ଭିତରେ ଥିବା ସ୍ଥାନୀୟ  ଅଞ୍ଚଳର ୬ ଗ୍ରାମରୁ ୩୧୦୦ ଲୋକଙ୍କୁ  ସ୍ଥାନାନ୍ତରଣ କରାଯିବ । ସେମାନଙ୍କୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶିବିର, ବାତ୍ୟା ଆଶ୍ରୟସ୍ଥଳରେ ରଖାଯିବ ।   ଚାନ୍ଦିପୁର ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଏହି ପରୀକ୍ଷଣ ହେବ । କ୍ଷେପଣାସ୍ତ୍ର  ପରୀକ୍ଷାର ସୂଚାରୁ ପରିଚାଳନା ସହ ସୁରକ୍ଷା  ପାଇଁ ପ୍ରତିରକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ  ପୁଲିସ୍‌ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ  ସ୍ଥାନାନ୍ତର କରାଯାଉଛି । ଜୟଦେବକସବା  ପାହି ଓ ସାହାଜାନଗର ପାହି ଅଞ୍ଚଳରେ ୧୦୯୩, ଭୀମପୁର ପାହି ଓ ତୁଣ୍ଡରା ପାହି  ଅଞ୍ଚଳରେ ୮୯୫, ଖଡୁପାହି ଓ କୁସୁମୁଳୀ  ଅଞ୍ଚଳର ୧୧୧୨ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ  ବ୍ୟବସ୍ଥା କରାଯାଇଛି । ଜୟଦେବକସବା  ପାହି ଏବଂ ସାହାଜାନନଗର ପାହିର  ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର  ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ  ସ୍ଥଳୀଠାରେ ନିର୍ମାଣ କରାଯାଇଛି । ଖଡୁପାହି  ଓ ତୁଣ୍ଡରା ପାହିର ଜନସାଧାରଣଙ୍କ  ପାଇଁ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ  ବାତ୍ୟା ଆଶ୍ରୟସ୍ଥଳୀଠାରେ କରାଯାଇଛି ।  ସେହିଭଳି କୁସୁମୁଳି ଓ ଭୀମପୁର  ପାହିର ଜନସାଧାରଣଙ୍କ ପଇଁ ଭୀମପୁର  ବହ

ଚାନ୍ଦିପୁର ଘାଟିରୁ ପରୀକ୍ଷଣ ହେବ କ୍ଷେପଣାସ୍ତ୍ର, ଖାଲି ହେବ ଗାଁ

ବାଲେଶ୍ୱର,୧୨/୦୯: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ନଂ ୩ ଲଞ୍ଚ କମ୍ପେ୍ଲକ୍ସରୁ ଗୁରୁବାର କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଏଥିପାଇଁ ଏହି ଲଞ୍ଚ କମ୍ପେ୍ଲକ୍ସ ଆଖପାଖ  ୨.୫ କିମି ପରିଧି ଭିତରେ ଥିବା ସ୍ଥାନୀୟ  ଅଞ୍ଚଳର ୬ ଗ୍ରାମରୁ ୩୧୦୦ ଲୋକଙ୍କୁ  ସ୍ଥାନାନ୍ତରଣ କରାଯିବ । ସେମାନଙ୍କୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶିବିର, ବାତ୍ୟା ଆଶ୍ରୟସ୍ଥଳରେ ରଖାଯିବ ।   

ଚାନ୍ଦିପୁର ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଏହି ପରୀକ୍ଷଣ ହେବ । କ୍ଷେପଣାସ୍ତ୍ର  ପରୀକ୍ଷାର ସୂଚାରୁ ପରିଚାଳନା ସହ ସୁରକ୍ଷା  ପାଇଁ ପ୍ରତିରକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ  ପୁଲିସ୍‌ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ  ସ୍ଥାନାନ୍ତର କରାଯାଉଛି । ଜୟଦେବକସବା  ପାହି ଓ ସାହାଜାନଗର ପାହି ଅଞ୍ଚଳରେ ୧୦୯୩, ଭୀମପୁର ପାହି ଓ ତୁଣ୍ଡରା ପାହି  ଅଞ୍ଚଳରେ ୮୯୫, ଖଡୁପାହି ଓ କୁସୁମୁଳୀ  ଅଞ୍ଚଳର ୧୧୧୨ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ  ବ୍ୟବସ୍ଥା କରାଯାଇଛି । ଜୟଦେବକସବା  ପାହି ଏବଂ ସାହାଜାନନଗର ପାହିର  ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର  ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ  ସ୍ଥଳୀଠାରେ ନିର୍ମାଣ କରାଯାଇଛି । ଖଡୁପାହି  ଓ ତୁଣ୍ଡରା ପାହିର ଜନସାଧାରଣଙ୍କ  ପାଇଁ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ  ବାତ୍ୟା ଆଶ୍ରୟସ୍ଥଳୀଠାରେ କରାଯାଇଛି ।  ସେହିଭଳି କୁସୁମୁଳି ଓ ଭୀମପୁର  ପାହିର ଜନସାଧାରଣଙ୍କ ପଇଁ ଭୀମପୁର  ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ଶିବିର  କରାଯାଇଛି ।   

ଏହି ଲୋକେ ଗୁରୁବାର ସକାଳ ୬ରୁ  କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା  ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ କୁହାଯାଇଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜଳଖିଆ,  ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ପ୍ରତି ସାବାଳକଙ୍କୁ ୪୫୦  ଟଙ୍କା, ନାବାଳକଙ୍କୁ ୨୭୫ ଟଙ୍କା ପ୍ରଦାନ  କରାଯିବ । ଗୋଖାଦ୍ୟ ପାଇଁ ପ୍ରତି  ପରିବାରକୁ ୧୦୦ ଟଙ୍କା ଦିଆଯିବ । ଏହା  ସହ ଆମୋଦପ୍ରମୋଦ ପାଇଁ ପ୍ରତି ଜଣଙ୍କୁ ୨୦ ଟଙ୍କା, ତାଲା ପାଇଁ ୪୦ ଟଙ୍କା ଦିଆଯିବ ।  ଏହି ଟଙ୍କା ସେହିଦିନ ପୂର୍ବାହ୍ନ ୧୧ଟା  ସୁଦ୍ଧା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ପ୍ରଦାନ  କରାଯିବ ବୋଲି ଏଡିଏମ୍‌ (ରାଜସ୍ୱ)  ନିରଞ୍ଜନ ବେହେରା କହିଛନ୍ତି । ସେହିଭଳି  ସ୍ଥାନାନ୍ତରଣ ହେଉଥିବା ଅଞ୍ଚଳରେ  ୫୨୬ଜଣ ମତ୍ସ୍ୟଜୀବୀଙ୍କ ତାଲିକା ଜିଲ୍ଲା  ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର ବେହେରା ଜିଲ୍ଲା  ପ୍ରଶାସନଙ୍କୁ ପ୍ରଦାନ କରିଛନ୍ତି ।