କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ

ନୂଆଦିଲ୍ଲୀ,୨ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୦୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏହିପରି ଘଟଣା ଆଜିର ନୁହେଁ ଅତୀତରେ ଦେଶରେ ମଧ୍ୟ ଏପରି ଅନେକ ଘଟଣା ଦେଖିବାକ ମିଳିଛି। ୨୦୦୫ ଜାନୁଆରୀ: ମହାରାଷ୍ଟ୍ରର ଏକ ମନ୍ଦିରରେ ଦଳାଚକଟା ହୋଇ ୨୬୫ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ୨୦୦୬ ଜାନୁଆରୀ: ହଜ୍‌ ଯାତ୍ରା ବେଳେ ଜମାରତ ବ୍ରିଜ୍‌ର ପୂର୍ବ ପ୍ରବେଶ ପଥରେ ଦଳାଚକଟା ହେବାରୁ ୩୬୨ ଜଣ […] The post କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ appeared first on Dharitri Odia News.

କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ

ନୂଆଦିଲ୍ଲୀ,୨ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୦୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଏହିପରି ଘଟଣା ଆଜିର ନୁହେଁ ଅତୀତରେ ଦେଶରେ ମଧ୍ୟ ଏପରି ଅନେକ ଘଟଣା ଦେଖିବାକ ମିଳିଛି।

୨୦୦୫ ଜାନୁଆରୀ: ମହାରାଷ୍ଟ୍ରର ଏକ ମନ୍ଦିରରେ ଦଳାଚକଟା ହୋଇ ୨୬୫ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ।

୨୦୦୬ ଜାନୁଆରୀ: ହଜ୍‌ ଯାତ୍ରା ବେଳେ ଜମାରତ ବ୍ରିଜ୍‌ର ପୂର୍ବ ପ୍ରବେଶ ପଥରେ ଦଳାଚକଟା ହେବାରୁ ୩୬୨ ଜଣ ମୁସଲମାନ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୦୦୮ ଅଗଷ୍ଟ: ଭୂସ୍ଖଳନ ଗୁଜବକୁ ନେଇ ହିମାଚଳପ୍ରଦେଶର ନୈନା ଦେବୀ ମନ୍ଦିରରେ ଦଳାଚକଟା ଘଟିବାରୁ ୧୪୫ ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ।

୨୦୦୮ ସେପ୍ଟେମ୍ବର: ରାଜସ୍ଥାନର ଯୋଧପୁର ସହର ନିକଟରେ ଥିବା ଚାମୁଣ୍ଡଶଇ ମନ୍ଦିରରେ ଦଳାଚକଟା ଘଟି ୧୪୭ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୦୧୩ ଅକ୍ଟୋବର: ମଧ୍ୟପ୍ରଦେଶର ଏକ ମନ୍ଦିର ନିକଟକୁ ଯାଇଥିବା ବ୍ରିଜ୍‌ର ରେଲିଂ ଭାଙ୍ଗିଯିବାରୁ ଦଳାଚକଟାରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୨ ଜାନୁଆରୀ: କଶ୍ମୀରର ମାତା ବୈଷ୍ଣୋଦେବୀ ମନ୍ଦିର ନିକଟରେ ଦଳାଚକଟାରେ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସେହି ମାସରେ ଲାଇବେରିଆ ରାଜଧାନୀ ମନରୋଭିଆ ଉପକଣ୍ଠରେ ଖ୍ରୀଷ୍ଟିଆନ୍‌ମାନଙ୍କ ଉପରେ ଉତ୍ସବ ଚାଲିଥିବାବେଳେ ଦଳାଚକଟା ହେବାରୁ ୨୯ ଜଣ ପ୍ରାଣ ହରାଇଥିଲେ।

The post କେବଳ ହାଥରସ୍‌ ନୁହେଁ, କେବେ ଦର୍ଶନ ପାଇଁ ତ କେବେ କୁମ୍ଭସ୍ନାନ ଭୟଙ୍କର ଦଳାଚକଟାରେ ଯାଇଛି ଶହଶହ ଜୀବନ appeared first on Dharitri Odia News.