କେବେ ସରିବ ପଣ୍ଡୁଆ ନଦୀ ସେତୁ ? ୫ବର୍ଷ ବିତିଲାଣି ଆଉ କେତେ ବର୍ଷ ଲାଗିବ ?
କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତୁଛି। ସରିପାରୁନି ପୋଲ କାମ । ବ୍ରାହ୍ମଣୀ ଶାଖା ପଣ୍ଡୁଆ ନଦୀ ଉପରେ ପୋଲ ହେଲେ ବିରଜାକ୍ଷେତ୍ର ଓ ତୁଳସୀକ୍ଷେତ୍ରକୁ ଯୋଗାଯୋଗ ସମ୍ଭବ ହୋଇପାରିବ, ଦୂରତା କମିଯିବ । ସେଥିପାଇଁ ଆତୁର ହୋଇ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । କିନ୍ତୁ ୫୪ କୋଟିର କାମ ଏମିତି ଚାଲିଛି ଯେ, କେବେ ସରିବ ତା'ର ଠିକଣା ନାହିଁ। ପୋଲ କାମରେ ବିଳମ୍ବକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ଜିଲ୍ଲା ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସେତୁକୁ ଅପେକ୍ଷା କରିଛନ୍ତି ଉଭୟ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାବାସୀ । କିନ୍ତୁ ପ୍ରକଳ୍ପର କଚ୍ଛପ ଗତି ଯୋଗୁଁ ଏ ସେତୁ ସମ୍ପୂର୍ଣ୍ଣ ହେବା ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତ ଡିହବାରିଙ୍ଗି ଠାରେ ବ୍ରାହ୍ମଣୀ ନଦୀର ଶାଖା ପଣ୍ଡୁଆ ନାଳ ଉପରେ ନିର୍ମାଣ ଚାଲିଛି ଏହି ସେତୁ । ୨୦୧୯ରେ ତତ୍କାଳୀନ ବିଧାୟକ ଦେବାଶିଷ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପ ହେବା ଦିନ ଠାରୁ ଖାଲି ସମସ୍ୟା ଆଉ ସମସ୍ତା । ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା ସହିତ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରକଳ୍ପ ପୁରା ଧିମେଇ ଯାଇଛି। ଯେଉଁ କାମ ହେଉଛି ତାହା ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀ

କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତୁଛି। ସରିପାରୁନି ପୋଲ କାମ । ବ୍ରାହ୍ମଣୀ ଶାଖା ପଣ୍ଡୁଆ ନଦୀ ଉପରେ ପୋଲ ହେଲେ ବିରଜାକ୍ଷେତ୍ର ଓ ତୁଳସୀକ୍ଷେତ୍ରକୁ ଯୋଗାଯୋଗ ସମ୍ଭବ ହୋଇପାରିବ, ଦୂରତା କମିଯିବ । ସେଥିପାଇଁ ଆତୁର ହୋଇ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । କିନ୍ତୁ ୫୪ କୋଟିର କାମ ଏମିତି ଚାଲିଛି ଯେ, କେବେ ସରିବ ତା'ର ଠିକଣା ନାହିଁ। ପୋଲ କାମରେ ବିଳମ୍ବକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ଜିଲ୍ଲା ପ୍ରଶାସନ ଏବଂ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।
ସେତୁକୁ ଅପେକ୍ଷା କରିଛନ୍ତି ଉଭୟ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାବାସୀ । କିନ୍ତୁ ପ୍ରକଳ୍ପର କଚ୍ଛପ ଗତି ଯୋଗୁଁ ଏ ସେତୁ ସମ୍ପୂର୍ଣ୍ଣ ହେବା ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସୀନ୍ଦା । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତ ଡିହବାରିଙ୍ଗି ଠାରେ ବ୍ରାହ୍ମଣୀ ନଦୀର ଶାଖା ପଣ୍ଡୁଆ ନାଳ ଉପରେ ନିର୍ମାଣ ଚାଲିଛି ଏହି ସେତୁ । ୨୦୧୯ରେ ତତ୍କାଳୀନ ବିଧାୟକ ଦେବାଶିଷ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପ ହେବା ଦିନ ଠାରୁ ଖାଲି ସମସ୍ୟା ଆଉ ସମସ୍ତା । ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା ସହିତ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରକଳ୍ପ ପୁରା ଧିମେଇ ଯାଇଛି। ଯେଉଁ କାମ ହେଉଛି ତାହା ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ପଣ୍ଡୁଆ ନଦୀ ସେତୁ ହେଲେ କେବଳ ବରୀ ଏବଂ ବିଂଝାରପୁର ବ୍ଳକ ମଧ୍ୟରେ ଯୋଗାଯୋଗ ସ୍ଥାପନ ହେବ, ତା'ନୁହେଁ । ବରଂ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଳା ମଧ୍ୟରେ ମଧ୍ୟ ଦୂରତା କମିଯିବ । ସେଥିପାଇଁ ପୂର୍ତ୍ତ ବିଭାଗ ପ୍ରଥମେ ୫୪ କୋଟି ବ୍ୟୟ ଅଟକଳ ହୋଇଥିଲା । ପରବର୍ତ୍ତୀ ସମୟରେ ଅନୁଦାନ ବଢ଼ିଛି, ତଥାପି ୫ ବର୍ଷ ବିତିଲାଣି ପୋଲ ନିର୍ମାଣ ସରୁନାହିଁ । ଫଳରେ ସ୍ଥାନୀୟ ଲୋକେ ଆଗରୁ ଯେମିତି ଡଙ୍ଗାରେ ଯାତାୟତ କରୁଥିଲେ ଆଜି ବି ସେମିତି ଚାଲିଛି । ପୋଲ ନିର୍ମାଣର ମନ୍ଥରତାକୁ ନେଇ ଜିଲ୍ଲା ପ୍ରଶାସନ ଅବଗତ ରହିଛି, ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ସେତୁ କାର୍ଯ୍ୟରେ ବିଳମ୍ବ ଏବଂ ନିମ୍ନମାନର ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।