ସରିଛି ୫ ଦିନିଆ ପରବ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ, ଘର କରଣା ଜିନିଷ କିଣା ସାଙ୍ଗକୁ ଜମିଲା ଖିଆପିଆ

କନକ ବ୍ୟୁରୋ: ବେଶ ଧୂମଧାମରେ ଶେଷ ହୋଇଛି କୋରାପୁଟର ଜାତୀୟ ସ୍ତରୀୟ ମହୋତ୍ସବ ପରବ। ବଲିଉଡ଼ ସିଙ୍ଗର ପବନଦୀପ ଓ ଆରୁନିତା କଞ୍ଜିଲାଲ ଉଦଯାପନୀ ଉତ୍ସବରେ ଯୋଗଦେଇ, ତାଙ୍କ ସୁମଧୂର ସ୍ବରରେ ଲୋକଙ୍କୁ ମତୁଆଲା କରିଛନ୍ତି। ଏଥି ସହିତ ଉପ ମୁଖ୍ୟମନ୍ତ୍ରୀ କୋରାପୁଟକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିବାକୁ ଆଲୋଚନା କରିଛନ୍ତି।    ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋରାପୁଟର ପରବ।.. ୫ ଦିନ ଧରି ଚାଲିଥିବା ମହୋତ୍ସବର ଉଦଯାପନୀ ସନ୍ଧ୍ୟା ଥିଲା ଖୁବ୍ ଆକର୍ଷଣୀୟ। ପରବର ପ୍ରମୁଖ ଆକର୍ଷଣ ପାଲଟିଥିଲେ ବଲିଉଡ଼ କଣ୍ଠଶିଳ୍ପୀ ପବନଦୀପ ରାଜନ୍ ଓ ଆରୁନିତା କଞ୍ଜିଲାଲ। ଦୁହିଁଙ୍କ ସମୁଧୂର ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପବନଦୀପଙ୍କ ଗୀତ ସାଙ୍ଗକୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଷ୍ଟାଇଲ ଦେଖି ତାଜୁବ୍ ଦର୍ଶକ।  ପରବର ଉଦଯାପନୀ ଉତ୍ସବର ଅତିଥି ଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ପରବ ସଭା ମଂଚରେ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତରେ କୋରାପୁଟ ପର୍ଯ୍ୟଟନ ଶିଳ୍ପ କରିବା ଦିଗରେ ଡିପିଆର ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀଙ୍କ ଦ୍ବାରା ମହୋତ୍ସବରେ ୪୦୦ରୁ ଅଧିକ ଷ୍ଟଲ୍ ଖୋଲିଥିଲା। ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ବିଭିନ୍ନ ଷ୍ଟଲ ବୁଲି କିଣାକିଣି କରିଛନ୍ତି। ପରବ ପଡ଼ିଆରୁ ପ୍ରାୟ ୧୪ କୋଟି

ସରିଛି ୫ ଦିନିଆ ପରବ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ, ଘର କରଣା ଜିନିଷ କିଣା ସାଙ୍ଗକୁ ଜମିଲା ଖିଆପିଆ

କନକ ବ୍ୟୁରୋ: ବେଶ ଧୂମଧାମରେ ଶେଷ ହୋଇଛି କୋରାପୁଟର ଜାତୀୟ ସ୍ତରୀୟ ମହୋତ୍ସବ ପରବ। ବଲିଉଡ଼ ସିଙ୍ଗର ପବନଦୀପ ଓ ଆରୁନିତା କଞ୍ଜିଲାଲ ଉଦଯାପନୀ ଉତ୍ସବରେ ଯୋଗଦେଇ, ତାଙ୍କ ସୁମଧୂର ସ୍ବରରେ ଲୋକଙ୍କୁ ମତୁଆଲା କରିଛନ୍ତି। ଏଥି ସହିତ ଉପ ମୁଖ୍ୟମନ୍ତ୍ରୀ କୋରାପୁଟକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିବାକୁ ଆଲୋଚନା କରିଛନ୍ତି।  

 ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋରାପୁଟର ପରବ।.. ୫ ଦିନ ଧରି ଚାଲିଥିବା ମହୋତ୍ସବର ଉଦଯାପନୀ ସନ୍ଧ୍ୟା ଥିଲା ଖୁବ୍ ଆକର୍ଷଣୀୟ। ପରବର ପ୍ରମୁଖ ଆକର୍ଷଣ ପାଲଟିଥିଲେ ବଲିଉଡ଼ କଣ୍ଠଶିଳ୍ପୀ ପବନଦୀପ ରାଜନ୍ ଓ ଆରୁନିତା କଞ୍ଜିଲାଲ। ଦୁହିଁଙ୍କ ସମୁଧୂର ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପବନଦୀପଙ୍କ ଗୀତ ସାଙ୍ଗକୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ଷ୍ଟାଇଲ ଦେଖି ତାଜୁବ୍ ଦର୍ଶକ। 

ପରବର ଉଦଯାପନୀ ଉତ୍ସବର ଅତିଥି ଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ପରବ ସଭା ମଂଚରେ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତରେ କୋରାପୁଟ ପର୍ଯ୍ୟଟନ ଶିଳ୍ପ କରିବା ଦିଗରେ ଡିପିଆର ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀଙ୍କ ଦ୍ବାରା ମହୋତ୍ସବରେ ୪୦୦ରୁ ଅଧିକ ଷ୍ଟଲ୍ ଖୋଲିଥିଲା। ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ବିଭିନ୍ନ ଷ୍ଟଲ ବୁଲି କିଣାକିଣି କରିଛନ୍ତି। ପରବ ପଡ଼ିଆରୁ ପ୍ରାୟ ୧୪ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଛି ।