କେବେ ହେବ ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପ ? କେନ୍ଦ୍ର ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା
କନକ ବ୍ୟୁରୋ : ଯାଜପୁର ରୋଡ଼-ଧାମରା ରେଳପଥ ପ୍ରକଳ୍ପ ପାଇଁ ସଂଗ୍ରାମ ଜାରି । ପ୍ରକଳ୍ପର ଡିପିଆର ଏବଂ ଫାଇନାଲ ଲୋକେସନକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ ପାଇଁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏହା ଏକ ଲାଭଦାୟକ ପ୍ରକଳ୍ପ ହୋଇଥିଲେ ହେଁ କେନ୍ଦ୍ର ସରକାର କାହିଁକି ଏହାକୁ ଅନୁମୋଦନ ଦେଉନାହାଁନ୍ତି ତାହା ଏକ ବଡ଼ ପ୍ରଶ୍ନ । ଏନେଇ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ସହ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପକ୍ଷରୁ ମଧ୍ୟ ଏହି ଦାବିକୁ ଜୋର ଦିଆଯାଉଛି । ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପ ପାଇଁ ସଂଗ୍ରାମ । ରେଳ ପ୍ରକଳ୍ପ ପାଇଁ ଡିପିଆର ଓ ଫାଇନାଲ ଲୋକେସନ ସର୍ଭେ ସରିଛି । ହେଲେ ମଞ୍ଜୁରୀ ମିଳିପାରୁନି । ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବା ରେଳବାଇ ବୋର୍ଡ଼ ନିକଟରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ଦାବି କରିଆସୁଛି । ରେଳପଥ ନିର୍ମାଣ କରାଗଲେ ଉଭୟ ଯାଜପୁର ଓ ଭଦ୍ରକର ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ୧୦୦ କି.ମି. ରେଳ ପ୍ରକଳ୍ପ ପାଇଁ ୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରି ତଥା ବନ୍ଦର ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ଅମ୍ବ୍ରେଲା ଯୋଜନା ଅର୍ଥରେ ନିର୍ମାଣ କରିବାକୁ ଦାବି କରିଛି ସଂଗ୍ରାମ ସମିତି ।

କନକ ବ୍ୟୁରୋ : ଯାଜପୁର ରୋଡ଼-ଧାମରା ରେଳପଥ ପ୍ରକଳ୍ପ ପାଇଁ ସଂଗ୍ରାମ ଜାରି । ପ୍ରକଳ୍ପର ଡିପିଆର ଏବଂ ଫାଇନାଲ ଲୋକେସନକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ ପାଇଁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏହା ଏକ ଲାଭଦାୟକ ପ୍ରକଳ୍ପ ହୋଇଥିଲେ ହେଁ କେନ୍ଦ୍ର ସରକାର କାହିଁକି ଏହାକୁ ଅନୁମୋଦନ ଦେଉନାହାଁନ୍ତି ତାହା ଏକ ବଡ଼ ପ୍ରଶ୍ନ । ଏନେଇ ଯାଜପୁର ଏବଂ ଭଦ୍ରକ ଜିଲ୍ଲା ସହ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପକ୍ଷରୁ ମଧ୍ୟ ଏହି ଦାବିକୁ ଜୋର ଦିଆଯାଉଛି ।
ଯାଜପୁର ରୋଡ଼-ଧାମରା ରେଳ ପ୍ରକଳ୍ପ ପାଇଁ ସଂଗ୍ରାମ । ରେଳ ପ୍ରକଳ୍ପ ପାଇଁ ଡିପିଆର ଓ ଫାଇନାଲ ଲୋକେସନ ସର୍ଭେ ସରିଛି । ହେଲେ ମଞ୍ଜୁରୀ ମିଳିପାରୁନି । ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ପ୍ରଦାନ କରିବା ରେଳବାଇ ବୋର୍ଡ଼ ନିକଟରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ଦାବି କରିଆସୁଛି । ରେଳପଥ ନିର୍ମାଣ କରାଗଲେ ଉଭୟ ଯାଜପୁର ଓ ଭଦ୍ରକର ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।
୧୦୦ କି.ମି. ରେଳ ପ୍ରକଳ୍ପ ପାଇଁ ୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରି ତଥା ବନ୍ଦର ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ଅମ୍ବ୍ରେଲା ଯୋଜନା ଅର୍ଥରେ ନିର୍ମାଣ କରିବାକୁ ଦାବି କରିଛି ସଂଗ୍ରାମ ସମିତି । ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ଆବଶ୍ୟକୀୟ ଅର୍ଥ ବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଦାବି କରାଯାଇଛି । ଏଥି ସହିତ ଆଗକୁ ଏହି ପ୍ରସଙ୍ଗକୁ ରାଜ୍ୟସ୍ତରୀୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଗାମୀ ଦିନରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାନଗଲେ ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।