କେମିକାଲ ବୋଝେଇ ଟ୍ରକ୍‌ରେ ହେଲା ବିସ୍ଫୋରଣ; ଜଳିଗଲା ୧୦ ଗାଡ଼ି

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ପ୍ରାୟ ୧ କିମି ଯାଏ ଅନୁଭୂତ ହୋଇଥିଲା। ଏହା ପ୍ରଭାବରେ ଘରର ଝରକା କାଚ ଫାଟି ଯାଇଥିବା ବେଳେ ପାର୍କିଂରେ ଛିଡ଼ା ହୋଇଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ଯାଇଛି।

କେମିକାଲ ବୋଝେଇ ଟ୍ରକ୍‌ରେ ହେଲା ବିସ୍ଫୋରଣ; ଜଳିଗଲା ୧୦ ଗାଡ଼ି

ରାସ୍ତାରେ ଯାଉଥିବା କେମିକାଲ ବୋଝେଇ ଟ୍ରକ୍‌ରେ ହଠାତ୍‌ ହେଲା ବିସ୍ଫୋରଣ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ପ୍ରାୟ ୧ କିମି ଯାଏ ଅନୁଭୂତ ହୋଇଥିଲା। ଏହା ପ୍ରଭାବରେ ଘରର ଝରକା କାଚ ଫାଟି ଯାଇଥିବା ବେଳେ ପାର୍କିଂରେ ଛିଡ଼ା ହୋଇଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ଯାଇଛି। ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ଘଟିଛି।

ଗତକାଲି ରାତିରେ ଏକ କେମିକାଲ ବୋଝେଇ ଟ୍ରକ୍‌ ନାଲା ସୁପାରା ଅଞ୍ଚଳ ଅତିକ୍ରମ କରୁଥିଲା। ମାତ୍ର ହଠାତ୍‌ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେସଙ୍ଗେ ଏଥିରୁ ନିଆଁ ବ୍ୟାପି ପାଖ ପାର୍କିଂରେ ଥିବା ପ୍ରାୟ ୧୦ଟି ଗାଡ଼ି ଜଳି ଯାଇଛି।

ଏଥିସହ ବିସ୍ଫୋରଣ ମାତ୍ରା ଏତେ ପ୍ରଖର ଥିଲା ଯେ ପ୍ରାୟ ୧ କିମି ବ୍ୟାପି ଘରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବିସ୍ଫୋରଣ ଝଟକାରେ ବହୁ ଘରର କାଚ ଝରକା ଭାଙ୍ଗି ଯାଇଛି।

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।