କେମିତି ଜଳିଗଲେ ପୁଲିସ ବାବୁ?
କେମିତି_ଜଳିଗଲେ_ପୁଲିସ_ବାବୁ? ଜାତୀୟ ରାଜପଥରେ ASIଙ୍କ ସନ୍ଦେହଜନକ ମୃତ୍ୟୁ। ଗାଡ଼ି ପୋଡ଼ି ପାଉଁଶ, ଜଳିଯାଇଛନ୍ତି ପୋଲିସ୍ ଅଧିକାରୀ। କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥରେ କେ.ଗାଁ ଥାନାର ନିଲମ୍ବିତ ASIଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ପ୍ରାରମ୍ଭିକ ତଦନ୍ତରୁ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପୋଲିସ କହିଛି। ତେବେ NHରେ ବାଇକ୍ ସହ କେମିତି ଜଳିଗଲେ ପୋଲିସ ASI? ପ୍ରଶ୍ନ ଉଠୁଛି, ଏହା ଦୁର୍ଘଟଣା ନା ହତ୍ୟା ?