କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...
୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।
କେମିତି ଦେଖାଯିବେ ରାମଲାଲା? ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ଅବତାର କେମିତି ହେବ? ବିଗ୍ରହ କେଉଁ ଭଳି ଦେଖାଯିବ। ଏସବୁକୁ ନେଇ ଚର୍ଚ୍ଚା ତେଜିଥିବା ବେଳେ ଆଜି ଏହା ଉପରୁ ସବୁ କଳ୍ପନାଜଳ୍ପନା ହଟାଇଛନ୍ତି ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ। ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା ହୋଇଛି। ଏକ କଳା ପଥରରେ ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ତେଣୁ କଳା ରଙ୍ଗରେ ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ଝଟକିବ। ୫ ବର୍ଷର ବାଳୁତ ରାମଲାଲାଙ୍କ ଏହି ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇଛି। ବାଳୁତ ଅବତାର, ଦଶରଥ ମହାରାଜାଙ୍କ ପୁତ୍ର ଶ୍ରୀରାମ ଏବଂ ଦେବତ୍ୱଙ୍କ ଚରିତ୍ର ବର୍ଣ୍ଣନା ରାମାୟଣରେ ଯେଉଁଭଳି ହୋଇଛି ସେହିପରି ମୂର୍ତ୍ତିରେ ଏହାର ଝଲକ ଦେଖିବାକୁ ମିଳିଛି। ୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ କରାଯିବ।
भगवान श्री रामलला की जो मूर्ति बनी है, वह पाँच वर्ष के बालक का स्वरूप है। मूर्ति 51 इंच की है, काले पत्थर की है, और बहुत ही आकर्षक बनी है। pic.twitter.com/yTRHqk0uYi — Champat Rai (@ChampatRaiVHP) January 6, 2024