ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା। ବିଦ୍ୟୁତ କାଟ ହୋଇଯିବାରୁ କରେଣ୍ଟ୍ ଆସିବାକୁ ଲାଗିଥିଲା ୧୦ରୁ ୧୫ ମିନିଟ୍। ସେହି ସମୟରେ ଛଟପଟ ହେଉଥିଲେ ଜଣେ ଗୁରୁତର ରୋଗୀ। ମୋବାଇଲ୍ ଲାଇଟରେ ଚିକିତ୍ସା କଲେ ଡାକ୍ତରଖାନା ନର୍ସ।

ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

ଡିଜିଟାଲ ଯୁଗରେ ମଣିଷ ହାତ ପାଆନ୍ତାରେ ପାଉଛି ଅନେକ ବ୍ୟବସ୍ଥା । ମଣିଷ ମଙ୍ଗଳ ଗ୍ରହରୁ ନେଇ ଚନ୍ଦ୍ରରେ ପହଞ୍ଚିଲାଣି । ହେଲେ ପଶ୍ଚିମ ଓଡିଶାର ପ୍ରମୁଖ ସହର ବରଗଡ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା । ଯାହାର ଏକ୍ସଲ୍ୟୁଜିଭ ଭିଡିଓ ଓଟିଭି ହାତରେ ଲାଗିଛି । ଯାହାକି ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି ।