କେମିତି ହେଲା ଜଗନ୍ନାଥଙ୍କ ମୃତ୍ୟୁ ? ପୋଲିସ ଖୋଜୁଛି କାରଣ

କଣ୍ଟାବାଞ୍ଜି ୧୨।୦୩ : ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ । କଣ୍ଟାବାଞ୍ଜି ଥାନା ଝୁପଡିପଡ଼ା ରାସ୍ତାରୁ ଠାବ ହୋଇଛି ମୃତଦେହ । ମୃତକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର ବୋଲି ଜଣାପଡିଛି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡିପଡା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ଝୁପଡିପଡାର ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଜଗନ୍ନାଥଙ୍କ ମୃତ କେମିତି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। କଣ୍ଟାବାଞ୍ଜି ପୋଲିସ ଡାକ୍ତରଖାନା ପହଞ୍ଚି ଶଵ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି। 

କେମିତି ହେଲା ଜଗନ୍ନାଥଙ୍କ ମୃତ୍ୟୁ ? ପୋଲିସ ଖୋଜୁଛି କାରଣ

କଣ୍ଟାବାଞ୍ଜି ୧୨।୦୩ : ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ । କଣ୍ଟାବାଞ୍ଜି ଥାନା ଝୁପଡିପଡ଼ା ରାସ୍ତାରୁ ଠାବ ହୋଇଛି ମୃତଦେହ । ମୃତକ ହେଲେ ଭବାନୀପାଟଣା ଅଞ୍ଚଳର ଜଗନ୍ନାଥ ଗହୀର ବୋଲି ଜଣାପଡିଛି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଝୁପଡିପଡା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ଝୁପଡିପଡାର ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଜଗନ୍ନାଥଙ୍କ ମୃତ କେମିତି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। କଣ୍ଟାବାଞ୍ଜି ପୋଲିସ ଡାକ୍ତରଖାନା ପହଞ୍ଚି ଶଵ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି।