IND vs USA: ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ, ସଞ୍ଜୁଙ୍କୁ ମିଳିବ ସୁଯୋଗ !
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ସହ ଆୟୋଜକ ଆମେରିକା। ଏହି ମୁକାବିଲା ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଦୁଇ ଦେଶ ପ୍ରଥମ ଥର ପରସ୍ପର ମଧ୍ୟରେ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ଆମେରିକା ଦଳକୁ ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିଲା। ମାତ୍ର ଜୁନ ୬ ତାରିଖରେ ଡଲାସରେ ଯେଉଁଭଳି ଭାବେ ପାକିସ୍ତାନକୁ ସୁପର ଓଭରରେ ହରାଇଲା ତାକୁ ଦେଖି ରୋହିତ ବାହିନୀ କଦାପି ଏହି ଦଳକୁ ହାଲୁକାରେ ନେବେ ନାହିଁ। ତେବେ ଆଜିର ମ୍ୟାଚ୍ରେ କେମିତି ରହିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ତାହା ଉପରେ ସଭିଙ୍କ ନଜର ରହିଛି। କଣ ପୁଣି ଥରେ ଶିବମ ଦୁବେ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବ ନା ଉଭୟଙ୍କ ସ୍ଥାନରେ ଯଶସ୍ଵୀ ଜୟସ୍ଵାଲ ଓ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିବ। Also read: ହାରୁ ହାରୁ ଜିତିଗଲା ସାଉଥ୍ ଆଫ୍ରିକା, ଆଇସିସିର ଏହି ନିୟମ ବଳରେ ହାରିଲା ବାଂଲାଦେଶପ୍ରଥମ ଦୁଇଟି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ସେ ଏହି ଦୁଇଟି ମୁକାବିଲାରେ ମାତ୍ର ୯ ରନ କରିଛନ୍ତି। ଅନ୍ୟପଟେ ଶିବମ ଦୁବେଙ୍କ ଅବସ୍ଥା ମଧ୍ୟ ସମାନ ରହିଛି। ସେ ଆୟରଲାଣ୍ଡ ବିପକ୍ଷରେ ୦ ରନରେ ଅପରାଜିତ ଥିବା ବେଳେ ପାକିସ୍ତାନ ବିପକ୍ଷରେ ୩ ରନ କରିଥିଲେ।ଏହି ଦୁଇ ଖ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ସହ ଆୟୋଜକ ଆମେରିକା। ଏହି ମୁକାବିଲା ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଦୁଇ ଦେଶ ପ୍ରଥମ ଥର ପରସ୍ପର ମଧ୍ୟରେ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।
ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ଆମେରିକା ଦଳକୁ ଦୁର୍ବଳ ଦଳ ଭାବେ ବିବେଚନା କରାଯାଉଥିଲା। ମାତ୍ର ଜୁନ ୬ ତାରିଖରେ ଡଲାସରେ ଯେଉଁଭଳି ଭାବେ ପାକିସ୍ତାନକୁ ସୁପର ଓଭରରେ ହରାଇଲା ତାକୁ ଦେଖି ରୋହିତ ବାହିନୀ କଦାପି ଏହି ଦଳକୁ ହାଲୁକାରେ ନେବେ ନାହିଁ। ତେବେ ଆଜିର ମ୍ୟାଚ୍ରେ କେମିତି ରହିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ତାହା ଉପରେ ସଭିଙ୍କ ନଜର ରହିଛି। କଣ ପୁଣି ଥରେ ଶିବମ ଦୁବେ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବ ନା ଉଭୟଙ୍କ ସ୍ଥାନରେ ଯଶସ୍ଵୀ ଜୟସ୍ଵାଲ ଓ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳିବ।
Also read: ହାରୁ ହାରୁ ଜିତିଗଲା ସାଉଥ୍ ଆଫ୍ରିକା, ଆଇସିସିର ଏହି ନିୟମ ବଳରେ ହାରିଲା ବାଂଲାଦେଶ
ପ୍ରଥମ ଦୁଇଟି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ସେ ଏହି ଦୁଇଟି ମୁକାବିଲାରେ ମାତ୍ର ୯ ରନ କରିଛନ୍ତି। ଅନ୍ୟପଟେ ଶିବମ ଦୁବେଙ୍କ ଅବସ୍ଥା ମଧ୍ୟ ସମାନ ରହିଛି। ସେ ଆୟରଲାଣ୍ଡ ବିପକ୍ଷରେ ୦ ରନରେ ଅପରାଜିତ ଥିବା ବେଳେ ପାକିସ୍ତାନ ବିପକ୍ଷରେ ୩ ରନ କରିଥିଲେ।
ଏହି ଦୁଇ ଖେଳାଳି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେବାକୁ ଦାବି ହୋଇଛି। ଯଶସ୍ଵୀ ଜୟସ୍ଵାଲଙ୍କୁ ଓପନିଂ କରାଯାଇ ବିରାଟ କୋହଲି ନମ୍ବର ୩ରେ ବ୍ୟାଟିଂ କରିବାକୁ ପଠାଯାଉ ବୋଲି କ୍ରୀଡ଼ା ବିଶେଷଜ୍ଞ ମତପୋଷଣ କରିଛନ୍ତି। ତେବେ ଭାରତୀୟ ଦଳ ବିଶ୍ଵକପ୍ ପରି ଟୁର୍ଣ୍ଣାମେଣ୍ଟରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସପକ୍ଷରେ ନ ଥାଏ।