ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଲୁଟେରା, ଗ୍ରୀଲ୍ ଥିବା ଘରକୁ କରୁଥିଲା ଟାର୍ଗେଟ

ଭୁବନେଶ୍ୱର ୨୪।୦୩ : କମିଶନରେଟ୍‌ ପୋଲିସ୍‌ କବ୍‌ଜାରେ ଲୁଟେରା । ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରିକୁ ଗିରଫ କରିଛି ପୋଲିସ । ବିଭିନ୍ନ ଥାନାରେ ଅଭିଯୁକ୍ତ ନାଁରେ ୨୦ରୁ ଅଧିକ ଚୋରୀ ମାମଲା ରହିଛି । ପୂର୍ବରୁ ୫ ଥର ଗିରଫ ବି ହୋଇଛି । ୫୦ ଟି କେଶ ରୁଜୁ ହୋଇଛି  I ଅଭିଯୁକ୍ତ ପାଖରୁ ୨୧ ଲକ୍ଷ, ୭୦୦ ଗ୍ରାମ ସୁନା, ୭ କିଲୋ ରୂପା ସହ ବାଇକ ଓ ମୋବାଇଲ ଫୋନ ଜବତ ହୋଇଛି I ବିନା ଚପଲରେ ଚୋରୀ କରୁଥିଲା, ଚୋରୀ ବେଳେ ମୋବାଇଲକୁ ଫ୍ଲାଇଟ ମୋଡ ରଖୁଥିଲା. ରାତିରେ ଚୋରୀ କରେ I ଯେଉଁ ଘର ବାହାରେ ତାଲା ପଡ଼ିଥିବ କିମ୍ବା ଘରେ ଏସି କିମ୍ବା ଫ୍ୟାନ ଚାଲୁ ନଥିବ ସେ ଘରକୁ ଟାର୍ଗେଟ କରୁଥିଲା  I ଯେଉଁ ଘରେ ପଶୁଥିଲା କେବଳ ସୁନା ଗହଣା ଲୁଟୁଥିଲା I ଚୋରୀ ଟଙ୍କାରେ ରାଜ୍ୟ ବାହାରେ ବୁଲାବୁଲି କରୁଥିଲା I ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟରେ ଯାଉଥିଲା, ବଡ ବଡ ହୋଟେଲରେ ରହୁଥିଲା I ଏପିରିକି ତାଜ୍‌ ହୋଟେଲରେ ବି ରହୁଥିଲା  I ଅଭିଯୁକ୍ତ ଜଣଙ୍କ ୯ମ ଫେଲ I ଘର ବାଲେଶ୍ୱର ସୋର ଅଞ୍ଚଳର ବୋଲି ଜଣାପଡିଛି I କେବଳ ଗ୍ରିଲ ଲାଗିଥିବା ଘରକୁ ଟାର୍ଗେଟ କରିଥାଏ I୨୦୧୩ରୁ ପେସାଦାର ଅପରାଧ ଆରମ୍ଭ କରିଥିଲା I ୨୦୦୬ରେ ସ୍ତ୍ରୀ ହତ୍ୟା କେସରେ ଗିରଫ ହୋଇଥିଲା I ଚୋରୀ ଟଙ୍କା LICରେ ଟଙ୍କା ରଖିଥିଲା, ଗାଁ ରେ ଘର କରିଛି, ଭୁବନେଶ୍ୱର ବଡ଼ଗଡ଼ରେ ଘର କରି ଭଡା ଦେଇଛି I ଗିରଫ ପରେ କ୍ରାଇମସିନ ରିକ୍ରିଏସନ କରିଛି ଅଭିଯୁକ୍ତ I କେମିତି ଘରେ

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଲୁଟେରା, ଗ୍ରୀଲ୍ ଥିବା ଘରକୁ କରୁଥିଲା ଟାର୍ଗେଟ

ଭୁବନେଶ୍ୱର ୨୪।୦୩ : କମିଶନରେଟ୍‌ ପୋଲିସ୍‌ କବ୍‌ଜାରେ ଲୁଟେରା । ଦୁର୍ଦ୍ଦାନ୍ତ ଲୁଟେରା ପର୍ଶୁରାମ ଗିରିକୁ ଗିରଫ କରିଛି ପୋଲିସ । ବିଭିନ୍ନ ଥାନାରେ ଅଭିଯୁକ୍ତ ନାଁରେ ୨୦ରୁ ଅଧିକ ଚୋରୀ ମାମଲା ରହିଛି । ପୂର୍ବରୁ ୫ ଥର ଗିରଫ ବି ହୋଇଛି । ୫୦ ଟି କେଶ ରୁଜୁ ହୋଇଛି  I ଅଭିଯୁକ୍ତ ପାଖରୁ ୨୧ ଲକ୍ଷ, ୭୦୦ ଗ୍ରାମ ସୁନା, ୭ କିଲୋ ରୂପା ସହ ବାଇକ ଓ ମୋବାଇଲ ଫୋନ ଜବତ ହୋଇଛି I

 ବିନା ଚପଲରେ ଚୋରୀ କରୁଥିଲା, ଚୋରୀ ବେଳେ ମୋବାଇଲକୁ ଫ୍ଲାଇଟ ମୋଡ ରଖୁଥିଲା. ରାତିରେ ଚୋରୀ କରେ I ଯେଉଁ ଘର ବାହାରେ ତାଲା ପଡ଼ିଥିବ କିମ୍ବା ଘରେ ଏସି କିମ୍ବା ଫ୍ୟାନ ଚାଲୁ ନଥିବ ସେ ଘରକୁ ଟାର୍ଗେଟ କରୁଥିଲା  I ଯେଉଁ ଘରେ ପଶୁଥିଲା କେବଳ ସୁନା ଗହଣା ଲୁଟୁଥିଲା I ଚୋରୀ ଟଙ୍କାରେ ରାଜ୍ୟ ବାହାରେ ବୁଲାବୁଲି କରୁଥିଲା I ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟରେ ଯାଉଥିଲା, ବଡ ବଡ ହୋଟେଲରେ ରହୁଥିଲା I ଏପିରିକି ତାଜ୍‌ ହୋଟେଲରେ ବି ରହୁଥିଲା  I ଅଭିଯୁକ୍ତ ଜଣଙ୍କ ୯ମ ଫେଲ I ଘର ବାଲେଶ୍ୱର ସୋର ଅଞ୍ଚଳର ବୋଲି ଜଣାପଡିଛି I କେବଳ ଗ୍ରିଲ ଲାଗିଥିବା ଘରକୁ ଟାର୍ଗେଟ କରିଥାଏ I

୨୦୧୩ରୁ ପେସାଦାର ଅପରାଧ ଆରମ୍ଭ କରିଥିଲା I ୨୦୦୬ରେ ସ୍ତ୍ରୀ ହତ୍ୟା କେସରେ ଗିରଫ ହୋଇଥିଲା I ଚୋରୀ ଟଙ୍କା LICରେ ଟଙ୍କା ରଖିଥିଲା, ଗାଁ ରେ ଘର କରିଛି, ଭୁବନେଶ୍ୱର ବଡ଼ଗଡ଼ରେ ଘର କରି ଭଡା ଦେଇଛି I ଗିରଫ ପରେ କ୍ରାଇମସିନ ରିକ୍ରିଏସନ କରିଛି ଅଭିଯୁକ୍ତ I କେମିତି ଘରେ ପଶୁଥିଲା ଡେମୋ କରି ଦେଖାଇଛି I