କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩୦ା୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଛୁଇଁଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳରେ ସ୍ବାଭାବିକଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଜୁନ୍ ୨ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏନେଇ କେରଳର ୧୧ଟି ଜିଲାକୁ ୟେଲୋ […] The post କେରଳ ଛୁଇଁଲା ମୌସୁମୀ appeared first on Dharitri Odia News.
ଥିରୁଭାନନ୍ତପୁରମ୍,୩୦ା୫: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଛୁଇଁଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କେରଳରେ ସ୍ବାଭାବିକଠାରୁ ୬ ପ୍ରତିଶତ ବୃଷ୍ଟିପାତ ହେବ। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଜୁନ୍ ୨ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏନେଇ କେରଳର ୧୧ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଉକ୍ତ ଜିଲାଗୁଡ଼ିକରେ ୬୪.୫ରୁ ୧୧୫.୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ମୌସୁମୀ ବାୟୁ ଲାକ୍ଷାଦ୍ୱୀପର କେତେକ ଅଞ୍ଚଳ ସମେତ ଦକ୍ଷିଣ ଆରବ ସାଗରର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବା ଲାଗି ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି। ଏହା କ୍ରମେ ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କେତେକ ଅଞ୍ଚଳକୁ ଅଗ୍ରସର ହେଉଛି ବୋଲି ପାଣିପାଗ ବିଭାଗ କହିଛି।
The post କେରଳ ଛୁଇଁଲା ମୌସୁମୀ appeared first on Dharitri Odia News.