କେରଳ ମୁଖ୍ୟମନ୍ତ୍ରୀ ପାଇଁ ନିଜକୁ ଯୋଗ୍ୟ ଘୋଷଣା କଲେ ଥରୁର୍
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ ଲଗାତାର ଦଳ ବିରୋଧୀ ବୟାନ ଦେଉଛନ୍ତି। ଥରୁର ଆଜି ବି ଦଳ ବିରୋଧରେ ଟିପ୍ପଣୀ ଦେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି ଏବଂ ଦଳ ଏହାକୁ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ। ଯଦି କଂଗ୍ରେସ ଦଳ […]

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ ଲଗାତାର ଦଳ ବିରୋଧୀ ବୟାନ ଦେଉଛନ୍ତି। ଥରୁର ଆଜି ବି ଦଳ ବିରୋଧରେ ଟିପ୍ପଣୀ ଦେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି ଏବଂ ଦଳ ଏହାକୁ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ। ଯଦି କଂଗ୍ରେସ ଦଳ ମୋତେ ଆବଶ୍ୟକ କରୁନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ରହିଛି। କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି ଯେ ସ୍ୱାଧୀନ ସଂଗଠନଦ୍ୱାରା କରାଯାଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ଯଦି ଦଳ ଏହାକୁ ବ୍ୟବହାର କରିବାକୁ ଚାହୁଁଛି, ତେବେ ମୁଁ ଦଳ ପାଇଁ ରହିବି। ଯଦି ନୁହେଁ, ମୋର ନିଜର କିଛି ପଦକ୍ଷେପ ନେବାର ଅଛି । ମୋର ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ସେ କହିଛନ୍ତି। ଥରୁରଙ୍କ ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି।