କେରଳର ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାହୁଲ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଏକ ରୋଡ୍ ସୋ କରି ଲୋକଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ। ଏଥି ସହିତ ଲୋକଙ୍କୁ ରାହୁଲ […]

କେରଳର ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ
Rahul Gandhi files nomination from Wayanad Lok Sabha seat

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାହୁଲ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଏକ ରୋଡ୍ ସୋ କରି ଲୋକଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ। ଏଥି ସହିତ ଲୋକଙ୍କୁ ରାହୁଲ କହିଥିଲେ ଯେ ଆପଣମାନଙ୍କ ଜନପ୍ରତିନିଧି ହେବା ସୌଭାଗ୍ୟର ବିଷୟ । ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି। ସେହି ସମୟରେ ମୁଁ ଏଠାରେ ନୂଆ ଥିଲି। ଆଶା କରୁଛି ଆପଣଙ୍କ ପରିବାରର ମୁଁ ଅଂଶ ହୋଇପାରିବି। ଏହା କୌଣସି ରାଜନୈତିକ ବିବୃତ୍ତି ନୁହେଁ ବୋଲି ରାହୁଲ କହିଥିଲେ।


ଏଥର ୱାୟନାଡ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେଉଛି। ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ସିପାଆଇ ଏଠାରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି କରିଛନ୍ତିି। ରାହୁଲଙ୍କ ବିରୋଧରେ ସିପିଆଇର ଆନି ରାଜା ଲଢ଼ୁଛନ୍ତି। ଆନି ରାଜା ମଧ୍ୟ ବୁଧବାର ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହାଛଡ଼ା ବିଜେପି ଏଠାରେ କେ.ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ ଓ୍ବାୟନାଡ ଆସନରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓ୍ବାୟନାଡ ବ୍ୟତୀତ ସେ ତାଙ୍କ ପୁରୁଣା ଆସନ ୟୁପିର ଆମେଥିରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ହେଲେ ଆମେଥିରେ ରାହୁଲ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ ।