୧୫୨ବର୍ଷରେ ଗୁରୁଜଙ୍ଗ ପଂଚୁଦୋଳ ମେଳଣ, ୨୨ ପିଣ୍ଡିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଠାକୁର

ଖୋର୍ଦ୍ଧା: ହିନ୍ଦୁ ସଂସ୍କୃତି, ପରମ୍ପରାରେ ଦୋଳ ଉତ୍ସବର ବିଶେଷ ମହତ୍ୱ ରହିଛି। ଦୋଳ ପୂର୍ଣ୍ଣମୀ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ଦୋଳ ମେଳଣ ଚାଲିଛି। ରବିବାର ଠାରୁ ଗୁରୁଜଙ୍ଗ ପଂଚୁ ଦୋଳ ମେଳଣ ଆରମ୍ଭ ହୋଇଛି। ବୁଧବାର ରାତିରେ ଦୋଳରେ ଠାକୁର ଫଗୁ ଖେଳି ନିଜ ନିଜ ଗାଁକୁ ବାହୁଡିବେ। ଶନିବାର ବିଳମ୍ବିତ ରାତିରୁ ଠାକୁରଙ୍କ ଜମାଣ ହୋଇଥିବାବେଳେ ରବିବାର ଠାରୁ ଆରମ୍ଭ ହୋଇଥିଲା ଏହି ପଂଚୁଦେଳ ମେଳଣ। ରଙ୍ଗିନ […]

୧୫୨ବର୍ଷରେ ଗୁରୁଜଙ୍ଗ ପଂଚୁଦୋଳ ମେଳଣ, ୨୨ ପିଣ୍ଡିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଠାକୁର
Gurujanga Panchudola Fair in 152 years

ଖୋର୍ଦ୍ଧା: ହିନ୍ଦୁ ସଂସ୍କୃତି, ପରମ୍ପରାରେ ଦୋଳ ଉତ୍ସବର ବିଶେଷ ମହତ୍ୱ ରହିଛି। ଦୋଳ ପୂର୍ଣ୍ଣମୀ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ଦୋଳ ମେଳଣ ଚାଲିଛି। ରବିବାର ଠାରୁ ଗୁରୁଜଙ୍ଗ ପଂଚୁ ଦୋଳ ମେଳଣ ଆରମ୍ଭ ହୋଇଛି। ବୁଧବାର ରାତିରେ ଦୋଳରେ ଠାକୁର ଫଗୁ ଖେଳି ନିଜ ନିଜ ଗାଁକୁ ବାହୁଡିବେ। ଶନିବାର ବିଳମ୍ବିତ ରାତିରୁ ଠାକୁରଙ୍କ ଜମାଣ ହୋଇଥିବାବେଳେ ରବିବାର ଠାରୁ ଆରମ୍ଭ ହୋଇଥିଲା ଏହି ପଂଚୁଦେଳ ମେଳଣ। ରଙ୍ଗିନ ଆଲୋକମାଳାରେ ଝଲସୁଛି ଗୁରୁଜଙ୍ଗ ମେଳଣ ପଡିଆ। ଥାନାପତି ଭାବେ ଶ୍ରୀଧବଳେଶ୍ୱର ବିଜେ କରିଛନ୍ତି। ଶନିବାର ରାତିରେ ବିଳମ୍ବିତ ରାତିରେ ସ୍ୱମନ୍ଦିର ରୁ ଏକ ଆକର୍ଷଣୀୟ ଦୋଳ ବିମାନରେ ବିରାଟ ପଟୁଆରରେ ମେଳଣ ପଡିଆକୁ ବିଜେ କରିଥିଲେ। ତେବେ ବିଭିନ୍ନ ଫୁଲରେ ମହାଦେବଙ୍କୁ ସୁସଜ୍ଜିତ ହୋଇଥିବାବେଳେ ଫଗୁରେ ଭରି ହୋଇଥିବା ଦେଖାଯାଇଛି।

ଶ୍ରୀଧବଳଶ୍ୱେରଙ୍କ ମେଳଣ ପଡିଆକୁ ପ୍ରବେଶ ସମୟରେ ରଙ୍ଗୀନ ଆଲୋକମାଲା ଓ ମନ୍ତ୍ରଧ୍ୱନୀରେ ଅଂଚଳ ପ୍ରକମ୍ପିତ ହୋଇଥିବାବେଳେ ଉତ୍ସବ ମୁଖର ହୋଇ ଉଠିଥିଲା ଗୁରୁଜଙ୍ଗ ମେଳଣ ପଡିଆ। ଏହା ପରେ ଜଣକ ପରେ ଜଣେ ଠାକୁର ମେଲଣ ପଡିଆରେ ବିଜେ କରିଥିଲେ। ଗୁରୁଜଙ୍ଗ, ଖୋର୍ଦ୍ଧା ସହର ସମେତ ୨୦ଟି ଗ୍ରାମର ୨୨ଦୋଳ ଠାକୁର ଏଠାରେ ବିଜେ କରିଥିଲେ। ପତିତପାବନ, ରାଧାଗୋବିନ୍ଦ, ତ୍ରିନାଥ ଦେବ, ବିଶ୍ୱନାଥଦେବ ଗୁରୁଜଙ୍ଗ, ବାଲୁଙ୍କେଶ୍ୱର ଦେବ ଅରାଙ୍ଗ, ସ୍ୱପ୍ନେଶ୍ୱର କୁଣ୍ଡିଲୋ, ବୃନ୍ଦାବନଚନ୍ଦ୍ର ଦେବ ନୂଆଗାଁ, ବରାଡ ବାଲୁଙ୍କେଶ୍ୱର, ଗୋପାଳଜୀଉ, ଚଉରା ବାଲୁଙ୍କେଶ୍ୱର, ରାଧାବଲ୍ଳଭ, ଲକ୍ଷ୍ମୀନାରାୟଣ, ରାମନାଥ ଦେବ ଖୋର୍ଦ୍ଧା, ବାଲୁଙ୍କେଶ୍ୱର ଅରାଙ୍ଗ, ସ୍ୱପ୍ନେଶ୍ୱର କୁଣ୍ଡିଲୋ, ବୃନ୍ଦାବନଦେବ ନୂଆଗାଁ, ଲୋକନାଥ କୁମାରବସ୍ତ, ରାଧାକୃଷ୍ଣ ନିଆଳ, ଚନ୍ଦ୍ରଶେଖର ମାଜଣା, ରାମଚନ୍ଦ୍ରଦେବ, ମଦନମୋହନ ମହୁଲ, କପିଳେଶ୍ୱର ଅଙ୍ଗରାପଡା ଓ କେଦାରଶ୍ୱର ପୁଟନିଆଳ ଗ୍ରାମ୍ୟ ଠାକୁର ଦୋଳ ମଣ୍ଡପରେ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

ଗ୍ରାମ୍ୟ ପଂଚୁଦୋଳ କମିଟିର ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ କହିବା ଅନୁସାରେ, ପ୍ରାୟ ୧୫୨ବର୍ଷ ଧରି ଏହି ପଂଚୁ ଦୋଳ ୩ଦିନ ଧରି ଅନୁଷ୍ଠିତ ହୋଇଥାଏ। ଦୋଳ ପୂର୍ଣ୍ଣମୀର ୫ଦିନରେ ଏଠାରେ ଆରମ୍ଭ ହୋଇଥାଏ। ପୂର୍ବରୁ କମିଟି ପକ୍ଷରୁ ସମସ୍ତ ଠାକୁରଙ୍କୁ ନିମନ୍ତ୍ରଣ କରାଯାଏ। ୩ଦିନ ଧରି ଠାକୁରଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ, ନାମ ସଂକୀର୍ତନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଠାକୁରଙ୍କ ବାଳଭୋଗ, ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା। ବୁଧବାର ବିଦାୟ ଉତ୍ସବ ମହାଆଡମ୍ବରରେ ପାଳିତ ହେବ।

ବିଦାୟ ଦିନ ପ୍ରତ୍ୟେକ ଠାକୁରଙ୍କୁ ହାଣ୍ଡିଭୋଗ ଅର୍ପଣ କରାଯିବ। ହାଣ୍ଡି ଭୋଗର ୮୦ପ୍ରତିଶତ ଉଖୁଡା, ଫେଣି, ସାକର, ଖଜା, ଲଡୁ, ବୁନ୍ଦିଆ ଜିଲାପି ସମେତ ବିଭିନ୍ନ ପ୍ରକାର ଫଳ ଗଜାବୁଟ, ମୁଗ, ନଡିଆ ପାତି, କଦଳୀ ପ୍ରଭୃତି ରହିବ। ତେବେ ଶେଷରେ ଠାକୁରଙ୍କ ମେଳଣ ଉତ୍ସବ, ହରିହର ଭେଟ ଓ ଫଗୁ ଖେଳ ହେବା ପରେ ନିଜ ନିଜ ଗ୍ରାମକୁ ଫେରିଯିବେ।ତେବେ ୩ଦିନ ଧରି ଲୋକଙ୍କ ମନୋରଞ୍ଜନ ଲାଗି ଚଳିତ ବର୍ଷ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଗ୍ରାମ୍ୟ ପଂଚୁଦୋଳ କମିଟି ପକ୍ଷରୁ ସଂକୀର୍ତନ, ଡ଼୍ୟାନ୍ସ ଡ଼୍ୟାନ୍ସ, ମେଲୋଡ଼ି ସାଙ୍ଗକୁ ଅପେରା କାର୍ଯ୍ୟକ୍ରମ କରାଯାଉଛି। ମେଳନ ପରିଚାଳନା କାର୍ଯ୍ୟକ୍ରମରେ କମିଟି ଉପସଭପତି ସୁବାଷ ଦାସ, ପ୍ରଫୁଲ ବଳିୟାରସିଂ, ପ୍ରଳୟ ପ୍ରଧାନ, ବିଦ୍ୟାଧର ପରିଡା, କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ଗ୍ରାମ୍ୟ ପଂଚୁଦୋଳ କମିଟିର ସଭ୍ୟମାନେ ସହଯୋଗ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।