ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ

ଚଣ୍ଡିଖୋଲ ୨୧।୩: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଭୁବନ ଠାରେ ଘଟିଛି ଦୁର୍ଘଟଣା । ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଂଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ଚୋରମୁଁହା ପଂଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି ଚୋରମୁହାଁରୁ ଭୁବନ ଯାଉଥିବା ସମୟରେ ଭୁବନ ଠାରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାସ୍ଥଳରୁ ସରପଞ୍ଚଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସରପଞ୍ଚଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । You Can Read:ଧରାପଡିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି, ମରାମତି କାମର ବିଲ୍ ପାଇଁ ନେଉଥିଲେ ୪୦ ହଜାର 

ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ

ଚଣ୍ଡିଖୋଲ ୩: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଭୁବନ ଠାରେ ଘଟିଛି ଦୁର୍ଘଟଣା । ବାଇକ୍ ଦୁର୍ଘଟଣାରେ ଚୋରମୁହାଁ ପଂଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଚୋରମୁଁହା ପଂଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି ଚୋରମୁହାଁରୁ ଭୁବନ ଯାଉଥିବା ସମୟରେ ଭୁବନ ଠାରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାସ୍ଥଳରୁ ସରପଞ୍ଚଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସରପଞ୍ଚଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 You Can Read:

ଧରାପଡିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି, ମରାମତି କାମର ବିଲ୍ ପାଇଁ ନେଉଥିଲେ ୪୦ ହଜାର