ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା

ତେଲ୍‌ ଆଭିଭ୍‌/ଗାଜା ଷ୍ଟ୍ରିପ୍‌,୮ା୧୦: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାରିଆଡ଼େ ବିଲ୍ଡିଂଗୁଡ଼ିକର ଧ୍ୱଂସାବଶେଷର ପାହାଡ଼ ଛିଡ଼ାହୋଇଛି। ଦୂଷିତ ଜଳ ଯୋଗୁ ରୋଗ ବ୍ୟାପିଛି। ସହରଗୁଡ଼ିକର ରାସ୍ତାଘାଟ ଆବର୍ଜନାପୂର୍ଣ୍ଣ ହୋଇଥିବାବେଳେ କେତେକ ଅଞ୍ଚଳରେ ମୃତକମାନଙ୍କ କଙ୍କାଳ ପଡ଼ିରହିଛି। ଗତବର୍ଷ ଅକ୍ଟୋବର ୭ରେ ଗାଜାର ହମାସ୍‌ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ […] The post ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା appeared first on Dharitri Odia News.

ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା

ତେଲ୍‌ ଆଭିଭ୍‌/ଗାଜା ଷ୍ଟ୍ରିପ୍‌,୮ା୧୦: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାରିଆଡ଼େ ବିଲ୍ଡିଂଗୁଡ଼ିକର ଧ୍ୱଂସାବଶେଷର ପାହାଡ଼ ଛିଡ଼ାହୋଇଛି। ଦୂଷିତ ଜଳ ଯୋଗୁ ରୋଗ ବ୍ୟାପିଛି। ସହରଗୁଡ଼ିକର ରାସ୍ତାଘାଟ ଆବର୍ଜନାପୂର୍ଣ୍ଣ ହୋଇଥିବାବେଳେ କେତେକ ଅଞ୍ଚଳରେ ମୃତକମାନଙ୍କ କଙ୍କାଳ ପଡ଼ିରହିଛି। ଗତବର୍ଷ ଅକ୍ଟୋବର ୭ରେ ଗାଜାର ହମାସ୍‌ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଉପରେ ଆକ୍ରମଣ କରିଥିଲା। ବର୍ଷେ ହେଲା ଚାଲିଥିବା ଯୁଦ୍ଧରେ ପାଖାପାଖି ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ମହିଳା ଓ ଛୋଟ ପିଲା। ଯୁଦ୍ଧ ଯୋଗୁ ଅନେକ ଲକ୍ଷ ଲୋକ ଘରଦ୍ୱାର ହରାଇଛନ୍ତି। ଅନେକେ ବିଭିନ୍ନ ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ବହୁ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ଯୁଦ୍ଧବିରତି ପାଇଁ ଆମେରିକା ଓ ଅନ୍ୟ ଆଞ୍ଚଳିକ ଶକ୍ତି ଅନେକ ଉଦ୍ୟମ କରି ବିଫଳ ହୋଇଛନ୍ତି। ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଲେବାନନ୍‌କୁ ବ୍ୟାପିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଇରାନ ସମର୍ଥତ୍ତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ମୁଖ୍ୟ ସମେତ ଅନେକ କମାଣ୍ଡର ଏବଂ ବହୁ ଲୋକ ମୃତାହତ ହେଲେଣି।
ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଇସ୍ରାଏଲୀମାନେ ସୋମବାର ଜାଗ୍ରତ ରହି ଉଦାସ ସମାରୋହ ପାଳନ କରିଛନ୍ତି। ଇସ୍ରାଏଲ୍‌ ଇତିହାସରେ ଏହା ସବୁଠୁ ଘାତକ ଆକ୍ରମଣ ଥିଲା, ଯାହା ଗାଜାରେ ଯୁଦ୍ଧ କରିବାକୁ ଇସ୍ରାଏଲ୍‌କୁ ପ୍ରେରିତ କରିଥିଲା। ଅନ୍ୟପକ୍ଷରେ ଗାଜାରେ ଇସ୍ରାଏଲ୍‌ର ଗଣସଂହାରକୁ ବିରୋଧ କରି ବିଶ୍ୱବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଯୁଦ୍ଧବିରତି ପାଇଁ ଆହ୍ବାନ ଦିଆଯାଇଛି। ପାଲେଷ୍ଟିନୀୟଙ୍କୁ ଗଣହତ୍ୟା ପ୍ରତିବାଦରେ ବିଭିନ୍ନ ଦେଶରେ ସ୍କୁଲ ପିଲାମାନେ ରାଲି ବାହାର କରିଥିଲେ। ବିଭିନ୍ନ ଦେଶର ଲକ୍ଷାଧିକ ଲୋକ ଗାଜା ସମେତ ଲେବାନନ୍‌ରେ ଅସ୍ତ୍ରବିରତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଯୁଦ୍ଧର ବର୍ଷପୂର୍ତ୍ତିରେ ହମାସ୍‌ ତେଲ୍‌ ଆଭିଭ୍‌ ଉପରେ ସୋମବାର ଅନେକ ରକେଟ୍‌ ମାଡ଼ କରିଛି। ଇସ୍ରାଏଲ୍‌ର ହଇଫା ସହରରେ ହେଜ୍‌ବୋଲ୍ଲାର ରକେଟ୍‌ ମାଡ଼ରେ ୧୦ ଜଣ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲୀ ସେନା ଲେବାନନ୍‌ର ଦକ୍ଷିଣ ଭାଗରେ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୧୦ ଜଣ ନିହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକେ ପୋତିହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

The post ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା appeared first on Dharitri Odia News.