କେରଳରେ ଉତ୍ସାହର ସହିତ ପାଳନ ହୁଏନି ଦୀପାବଳି, ଜାଣନ୍ତୁ ତାମିଲନାଡୁ ଓ କର୍ଣ୍ଣାଟକରେ ପ୍ରଥା କ’ଣ?
ତିରୁଅନନ୍ତପୁରମ ୨୭।୧୦: ପାଖେଇ ଆସୁଛି ଦୀପାବଳି, ବିଶ୍ୱର ଅନେକ ଦେଶରେ ରହୁଥିବା ଭାରତୀୟ ଏହି ଦିନଟିକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ହେଲେ ଭାରତୀୟ ରାଜ୍ୟ କେରଳରେ ଦୀପାବଳି ପାଇଁ ଲୋକଙ୍କ ମନରେ ଖାସ ଉତ୍ସାହ ନାହିଁ। ଏହି ରାଜ୍ୟରେ ଦୀପାବଳିକୁ ହାଲକାଫୁଲକା ଢଙ୍ଗରେ ପାଳନ କରାଯାଏ। ଅସଲରେ କେରଳ ଏକ ବହୁ ସଂସ୍କୃତିର ରାଜ୍ୟ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ହିନ୍ଦୁ ଜନସଂଖ୍ୟା ମୋଟ ଜନସଂଖ୍ୟାର ୫୪.୭୩ ପ୍ରତିଶତ। ହେଲେ ଏଠାରେ ଉତ୍ତର ଭାରତ ଭଳି ଉତ୍ସାହ ଉଦ୍ଦିପନାର ସହ ଦୀପାବଳି ପାଳିତ ହୁଏନି। କେରଳରେ ଓଣମ ଓ ବିଷ୍ଣୁ ଧୁମଧାମର ସହ ପାଳନ ହୋଇଥାଏ। ସେହିପରି ବଡ଼ଦିନ ଓ ଇଦ ମଧ୍ୟ ଉତ୍ସାହର ସହ ପାଳନ ହୁଏ। ଏହି ସବୁ ଉତ୍ସବରେ ପୁରା ରାଜ୍ୟବାସୀ ଆଗ୍ରହର ସହ ଅଂଶଗ୍ରହଣ କରନ୍ତି। ହେଲେ କେରଳ ଏବେ ଅନେକ ଉତ୍ତରଭାରତୀୟ ପର୍ବ ପାଳନ କଲାଣି। କେରଳରେ ଉତ୍ତର ଭାରତୀୟଙ୍କ ଉପସ୍ଥିତି ଓ ହିନ୍ଦୀ ଫିଲ୍ମର ପ୍ରଭାବ କିଛି ଏପରି ପର୍ବ ସବୁ ପାଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି। କେରଳରେ ଦୀପାବଳିର ଉତ୍ସାହ ହ୍ରାସର କାରଣ ଏହାର କୃଷି ଜୀବନ। ଉତ୍ତର ଭାରତରେ ଦୀପାବଳି ଫସଲ ଅମଳ ପରେ ପାଳିତ ହୁଏ। ହେଲେ କେରଳରେ ଉତ୍ତରପୂର୍ବ ମୌସୁମୀ ଆଗମନ ଯୋଗୁ ନୂଆ ଚାଷ ଋତୁ ଆରମ୍ଭ ହୁଏ। ଉଷ୍ମ କଟିବଦ୍ଧିୟ ଜଳବାୟୁ ସାଙ୍ଗକୁ ମୌସୁମୀର ପ୍ରତ୍ୟାବର୍ତ୍ତନ କେରଳର କୃଷି ଜୀବନକୁ ପ୍ରଭାବିତ କରେ। କେରଳର ନଗଦ ଫସଲ ନଡିଆ ଓ ମସଲାଆଦିର ସିଜ
ତିରୁଅନନ୍ତପୁରମ ୨୭।୧୦: ପାଖେଇ ଆସୁଛି ଦୀପାବଳି, ବିଶ୍ୱର ଅନେକ ଦେଶରେ ରହୁଥିବା ଭାରତୀୟ ଏହି ଦିନଟିକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ହେଲେ ଭାରତୀୟ ରାଜ୍ୟ କେରଳରେ ଦୀପାବଳି ପାଇଁ ଲୋକଙ୍କ ମନରେ ଖାସ ଉତ୍ସାହ ନାହିଁ। ଏହି ରାଜ୍ୟରେ ଦୀପାବଳିକୁ ହାଲକାଫୁଲକା ଢଙ୍ଗରେ ପାଳନ କରାଯାଏ। ଅସଲରେ କେରଳ ଏକ ବହୁ ସଂସ୍କୃତିର ରାଜ୍ୟ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ହିନ୍ଦୁ ଜନସଂଖ୍ୟା ମୋଟ ଜନସଂଖ୍ୟାର ୫୪.୭୩ ପ୍ରତିଶତ। ହେଲେ ଏଠାରେ ଉତ୍ତର ଭାରତ ଭଳି ଉତ୍ସାହ ଉଦ୍ଦିପନାର ସହ ଦୀପାବଳି ପାଳିତ ହୁଏନି।
କେରଳରେ ଓଣମ ଓ ବିଷ୍ଣୁ ଧୁମଧାମର ସହ ପାଳନ ହୋଇଥାଏ। ସେହିପରି ବଡ଼ଦିନ ଓ ଇଦ ମଧ୍ୟ ଉତ୍ସାହର ସହ ପାଳନ ହୁଏ। ଏହି ସବୁ ଉତ୍ସବରେ ପୁରା ରାଜ୍ୟବାସୀ ଆଗ୍ରହର ସହ ଅଂଶଗ୍ରହଣ କରନ୍ତି। ହେଲେ କେରଳ ଏବେ ଅନେକ ଉତ୍ତରଭାରତୀୟ ପର୍ବ ପାଳନ କଲାଣି। କେରଳରେ ଉତ୍ତର ଭାରତୀୟଙ୍କ ଉପସ୍ଥିତି ଓ ହିନ୍ଦୀ ଫିଲ୍ମର ପ୍ରଭାବ କିଛି ଏପରି ପର୍ବ ସବୁ ପାଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛି। କେରଳରେ ଦୀପାବଳିର ଉତ୍ସାହ ହ୍ରାସର କାରଣ ଏହାର କୃଷି ଜୀବନ।
ଉତ୍ତର ଭାରତରେ ଦୀପାବଳି ଫସଲ ଅମଳ ପରେ ପାଳିତ ହୁଏ। ହେଲେ କେରଳରେ ଉତ୍ତରପୂର୍ବ ମୌସୁମୀ ଆଗମନ ଯୋଗୁ ନୂଆ ଚାଷ ଋତୁ ଆରମ୍ଭ ହୁଏ। ଉଷ୍ମ କଟିବଦ୍ଧିୟ ଜଳବାୟୁ ସାଙ୍ଗକୁ ମୌସୁମୀର ପ୍ରତ୍ୟାବର୍ତ୍ତନ କେରଳର କୃଷି ଜୀବନକୁ ପ୍ରଭାବିତ କରେ। କେରଳର ନଗଦ ଫସଲ ନଡିଆ ଓ ମସଲାଆଦିର ସିଜିନ ଉତ୍ତର ଭାରତର ଗହମ ଫସଲ ସିଜିନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକେ ଓଣମ ପାଳନ ପରେ ନୂଆ ଫସଲ ରୋଇବା ଆରମ୍ଭ କରନ୍ତି। ଏଣୁ ଦୀପାବଳିକୁ ଧୁମଧାମରେ ପାଳନ କରିପାରନ୍ତି ନାହିଁ।
ଦକ୍ଷିଣ ଭାରତର ଅନ୍ୟ ରାଜ୍ୟଙ୍କ କଥା କୁହାଗଲେ ଏଠାରେ ମଧ୍ୟ ଭିନ୍ନ ପ୍ରକାରର ଦୀପାବଳି ପାଳନ ହୁଏ। ତାମିଲନାଡୁରେ ଦୀପାବଳିକୁ ନରକ ଚତୁର୍ଦ୍ଦଶୀ ରୂପେ ପାଳନ କରାଯାଏ। ଏଠାରେ ମଧ୍ୟ କେରଳ ଭଳି ମାନ୍ୟତା। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ନରକାସୁର ବଧର ପ୍ରତୀକ ଭାବେ ଲୋକେ ନରକ ଚତୁର୍ଦ୍ଦଶୀ ପାଳନ କରନ୍ତି, କିନ୍ତୁ ଦୀପାବଳି ପାଳନ କରନ୍ତି ନାହିଁ। ସେହିପରି କର୍ଣ୍ଣାଟକରେ ଲୋକେ ଦୀପାବଳିକୁ ବଳି ଚତୁର୍ଦ୍ଦଶୀରୂପେ ପାଳନର ମାନ୍ୟତା ରହିଛି। ଏଠାରେ ଲୋକେ ଭଗବାନ ବିଷ୍ଣୁଙ୍କ ଦ୍ୱାରା ବଳିକୁ ପାତାଳକୁ ଦାବି ଦେବାର ଉତ୍ସବ ରୂପେ ପାଳନ କରାଯାଏ। କିନ୍ତୁ ଲୋକେ ଦୀପାବଳି ପାଳନ୍ତି ନାହିଁ।