ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପୁଣି ଥରିଲା ଲେବାନନ, 60 ମିନିଟରେ ହେଜବୁଲ୍ଲାର 120 ଠିକଣା ଧ୍ୱଂସ
ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଲେବାନନରେ ହେଜବୁଲ୍ଲା ଏବଂ ଗାଜାରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି । କିଛି ଦିନ ପୂର୍ବେ ଇସ୍ରାଏଲୀ ସେନା ଲେବାନନରେ ଏକାସଙ୍ଗରେ ୧୬୦୦ ଠିକଣା ଉପରେ ଆକ୍ରମଣ କରିଥିଲା ଏବଂ ହେଜବୁଲ୍ଲାକୁ ବଡ଼ କ୍ଷତି ପହଞ୍ଚାଇଥିଲା । ଏବେ ଇସ୍ରାଏଲୀ ସେନା ପୁଣି ଥରେ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି । ଆଇଡିଏଫ୍ ଏକ ବୟାନରେ କହିଛି ଯେ ହେଜବୁଲ୍ଲାର ୧୨୦ ଠିକଣାକୁ ଧ୍ୱଂସ କରାଯାଇଛି ।ଇସ୍ରାଏଲୀ ସେନା କହିଛି, 'ସୋମବାର ଆକ୍ରମଣରେ ୬୦ ମିନିଟ୍ ଭିତରେ ଦକ୍ଷିଣ ଲେବାନନରେ ୧୨୦ରୁ ଅଧିକ ହେଜବୁଲ୍ଲା ଠିକଣା ଉପରେ ଆକ୍ରମଣ କରି ଧ୍ୱଂସ କରାଯାଇଛି ।' ଲେବାନନର ବିଭିନ୍ନ କ୍ଷେତ୍ରରେ ଇସ୍ରାଏଲୀ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଲେବାନନ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମାଉଣ୍ଟ ଲେବାନନ ଗଭର୍ନରେଟର ଏଲେ ଜିଲ୍ଲାରେ କାୟଫୋନ ଗାଁରେ ଏକ ଆବସିକ ବିଲ୍ଡିଂ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଛଅ ଜଣଙ୍କ ଜୀବନ ଯାଇଛି ।
ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଲେବାନନରେ ହେଜବୁଲ୍ଲା ଏବଂ ଗାଜାରେ ହମାସ ବିରୋଧରେ ଯୁଦ୍ଧ ଜାରି ରଖିଛି । କିଛି ଦିନ ପୂର୍ବେ ଇସ୍ରାଏଲୀ ସେନା ଲେବାନନରେ ଏକାସଙ୍ଗରେ ୧୬୦୦ ଠିକଣା ଉପରେ ଆକ୍ରମଣ କରିଥିଲା ଏବଂ ହେଜବୁଲ୍ଲାକୁ ବଡ଼ କ୍ଷତି ପହଞ୍ଚାଇଥିଲା । ଏବେ ଇସ୍ରାଏଲୀ ସେନା ପୁଣି ଥରେ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି । ଆଇଡିଏଫ୍ ଏକ ବୟାନରେ କହିଛି ଯେ ହେଜବୁଲ୍ଲାର ୧୨୦ ଠିକଣାକୁ ଧ୍ୱଂସ କରାଯାଇଛି ।
ଇସ୍ରାଏଲୀ ସେନା କହିଛି, 'ସୋମବାର ଆକ୍ରମଣରେ ୬୦ ମିନିଟ୍ ଭିତରେ ଦକ୍ଷିଣ ଲେବାନନରେ ୧୨୦ରୁ ଅଧିକ ହେଜବୁଲ୍ଲା ଠିକଣା ଉପରେ ଆକ୍ରମଣ କରି ଧ୍ୱଂସ କରାଯାଇଛି ।'
ଲେବାନନର ବିଭିନ୍ନ କ୍ଷେତ୍ରରେ ଇସ୍ରାଏଲୀ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଲେବାନନ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମାଉଣ୍ଟ ଲେବାନନ ଗଭର୍ନରେଟର ଏଲେ ଜିଲ୍ଲାରେ କାୟଫୋନ ଗାଁରେ ଏକ ଆବସିକ ବିଲ୍ଡିଂ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଛଅ ଜଣଙ୍କ ଜୀବନ ଯାଇଛି ।