ବିଦେଶୀ ମୁଦ୍ରା ମାମଲାରେ ଟିଏମ୍ସୀ ନେତ୍ରୀ ମହୁଆ ମୋଇତ୍ର ଓ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କୁ ସମନ କଲା ଇଡି
ନୂଆଦଲ୍ଲୀ: ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ ମାମଲାରେ ପଚରାଉଚରା ପାଇଁ ବୁଧବାର ଦୁଇ ଜଣଙ୍କୁ ସମନ କରିଛି ଇଡି। ମାର୍ଚ୍ଚ ୨୮ ତାରିଖରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ମହୁଆଙ୍କୁ ପଚରାଉଚରା କରିସାରିଛି ଇଡି। ସୂଚନା ଥାଉକି ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ଅନୈତିକ ଆଚରଣ ଯୋଗୁ ମହୁଆଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ଏହାସତ୍ତ୍ୱେ ବି ଟିଏମ୍ସି ଆଗାମୀ ଲୋକସଭା ନିର୍ବାଚନରେ ମହୁଆ ମୋଇତ୍ରଙ୍କୁ କୃଷ୍ଣାନଗର ଆସନରୁ ପ୍ରାର୍ଥୀ କରିଛି।ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ନିକଟରେ ଲୋକପାଳ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଶନିବାର ମହୁଆଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ। ଏସବୁ ସତ୍ତ୍ୱେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହୁଆ ମୋଇତ୍ର। ସେ କେବଳ ଆଦାନୀ ବିରୋଧରେ ପ୍ରଶ୍ନ କରିବାରୁ ତାଙ୍କୁ ଏମିତି ଟାର୍ଗେଟ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ନୂଆଦଲ୍ଲୀ: ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ବୈଦେଶିକ ମୁଦ୍ରା ବିନିମୟ ଅଧିନିୟମ ମାମଲାରେ ପଚରାଉଚରା ପାଇଁ ବୁଧବାର ଦୁଇ ଜଣଙ୍କୁ ସମନ କରିଛି ଇଡି। ମାର୍ଚ୍ଚ ୨୮ ତାରିଖରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ମହୁଆଙ୍କୁ ପଚରାଉଚରା କରିସାରିଛି ଇଡି।
ସୂଚନା ଥାଉକି ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ଅନୈତିକ ଆଚରଣ ଯୋଗୁ ମହୁଆଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ଏହାସତ୍ତ୍ୱେ ବି ଟିଏମ୍ସି ଆଗାମୀ ଲୋକସଭା ନିର୍ବାଚନରେ ମହୁଆ ମୋଇତ୍ରଙ୍କୁ କୃଷ୍ଣାନଗର ଆସନରୁ ପ୍ରାର୍ଥୀ କରିଛି।
ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ନିକଟରେ ଲୋକପାଳ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଶନିବାର ମହୁଆଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ। ଏସବୁ ସତ୍ତ୍ୱେ ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହୁଆ ମୋଇତ୍ର। ସେ କେବଳ ଆଦାନୀ ବିରୋଧରେ ପ୍ରଶ୍ନ କରିବାରୁ ତାଙ୍କୁ ଏମିତି ଟାର୍ଗେଟ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।