କେରଳରେ ପ୍ରବଳ ବର୍ଷା; ଗଲାଣି ୪ ଜଣଙ୍କ ଜୀବନ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ

୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତ ପାଣିପାଗ ବିଭାଗ(IMD)।

କେରଳରେ ପ୍ରବଳ ବର୍ଷା; ଗଲାଣି ୪ ଜଣଙ୍କ ଜୀବନ, ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଲଗାଣ ବର୍ଷାରେ ବେହାଲ କେରଳ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଘଣ୍ଟା ହେବ ବର୍ଷା ଜାରି ରହିଥିବା ବେଳେ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତ ପାଣିପାଗ ବିଭାଗ(IMD)। ରେର୍ଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

କେରଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁସାରେ, ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାରଠାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଫଳରେ ଏକାଧିକ ସ୍ଥାନରେ କାନ୍ଥ ଭୁଶୁଡ଼ି ତଥା ଅନ୍ୟାନ୍ୟ କାରଣରୁ ୪ ଜଣଙ୍କ ପ୍ରାଣହାନୀ ହୋଇଛି।

ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଭାଗ ପକ୍ଷରୁ ପଥନମଥିଟ୍ଟା, ଅଲପୁଜା, କୋଟାୟମ, ଏର୍ନାକୁଲମ ଏବଂ ଇଡୁକି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। 

ସେହିପରି ଥିରୁଅନନ୍ତପୁରମ୍, କୋଲାମ, ମାଲପୁରମ, କୋଜିକୋଡେ ଏବଂ ୱାଏନାଡକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ କନ୍ନୁର ଏବଂ କସରଗୋଡକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।