କେରଳରେ ଫୁଟବଲ ମ୍ୟାଚରେ ବାଣ ଫୁଟି ଜଳିଗଲେ ୩୦ ଦର୍ଶକ, ଜଣେ ମୃତ ୩ ଗୁରୁତର

କନକ ବ୍ୟୁରୋ: କେରଳ ମଲପ୍ପୁରମ ଜିଲ୍ଲାରେ ମଙ୍ଗଳବାର ରାତିର ବଡ ଅଘଟଣ ଘଟିଛି। ଏଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ବାଣ ଫୁଟିଥିଲା। ହେଲେ ବାଣ ଅନିୟନ୍ତ୍ରିତ ହୋଇ ଦର୍ଶକ ବସୁଥିବା ଗ୍ୟାଲେରୀରେ ପଡିଥିଲା। ଫଳରେ ପାଖାପାଖି ୩୦ ଜଣ ଦର୍ଶକ ଜଳିଯାଇଥିଲେ।   ସୂଚନା ମୁତାବକ, ଟୁ୍‌ର୍ଣାମେଣ୍ଟର ଉଦଯାପନୀ ସମୟରେ ଆତସବାଦୀ ହୋଇଥିଲା। ହେଲେ ବାଣରେ ନିଆଁ ଲାଗିବାମାତ୍ରେ ତାହା ଦର୍ଶକଙ୍କ ଗ୍ୟାଲେରୀ ଆଡକୁ ମାଡିଯାଇଥିଲା। ଫଳରେ ଦର୍ଶକ ବାଣ ନିଆଁରେ ପୋଡିଯାଇଥିଲେ। ଏବଂ ଅନ୍ୟ ଦର୍ଶକମାନେ ବିକଳରେ ଦୌଡିବାକୁ ଯାଇଥିଲେ। ଫଳରେ ଦଳଚକଟାରେ ବି କିଛି ଦର୍ଶକ ଆହତ ହୋଇଥିବା ଜଣାପଡିଛି।  ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୧୬ ବର୍ଷର ପୁଅ ଅଙ୍କନର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଦର୍ଶକଙ୍କ ଅବସ୍ଥା ଗୁରୁତର ରହିଛି। 

କେରଳରେ ଫୁଟବଲ ମ୍ୟାଚରେ ବାଣ ଫୁଟି ଜଳିଗଲେ ୩୦ ଦର୍ଶକ, ଜଣେ ମୃତ ୩ ଗୁରୁତର

କନକ ବ୍ୟୁରୋ: କେରଳ ମଲପ୍ପୁରମ ଜିଲ୍ଲାରେ ମଙ୍ଗଳବାର ରାତିର ବଡ ଅଘଟଣ ଘଟିଛି। ଏଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ବାଣ ଫୁଟିଥିଲା। ହେଲେ ବାଣ ଅନିୟନ୍ତ୍ରିତ ହୋଇ ଦର୍ଶକ ବସୁଥିବା ଗ୍ୟାଲେରୀରେ ପଡିଥିଲା। ଫଳରେ ପାଖାପାଖି ୩୦ ଜଣ ଦର୍ଶକ ଜଳିଯାଇଥିଲେ। 
 

ସୂଚନା ମୁତାବକ, ଟୁ୍‌ର୍ଣାମେଣ୍ଟର ଉଦଯାପନୀ ସମୟରେ ଆତସବାଦୀ ହୋଇଥିଲା। ହେଲେ ବାଣରେ ନିଆଁ ଲାଗିବାମାତ୍ରେ ତାହା ଦର୍ଶକଙ୍କ ଗ୍ୟାଲେରୀ ଆଡକୁ ମାଡିଯାଇଥିଲା। ଫଳରେ ଦର୍ଶକ ବାଣ ନିଆଁରେ ପୋଡିଯାଇଥିଲେ। ଏବଂ ଅନ୍ୟ ଦର୍ଶକମାନେ ବିକଳରେ ଦୌଡିବାକୁ ଯାଇଥିଲେ। ଫଳରେ ଦଳଚକଟାରେ ବି କିଛି ଦର୍ଶକ ଆହତ ହୋଇଥିବା ଜଣାପଡିଛି।  ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୧୬ ବର୍ଷର ପୁଅ ଅଙ୍କନର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଦର୍ଶକଙ୍କ ଅବସ୍ଥା ଗୁରୁତର ରହିଛି।