କେଶଲଗା ରାସ୍ତା ଅବସ୍ଥା ଦୁରାବସ୍ଥା ; ଯାତାୟତ ବାଧାପ୍ରାପ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଠାରୁ କେଶଲଗା ପର୍ଯ୍ୟନ୍ତ ପୂର୍ବରୁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଯାନବାହାନ ଯିବାଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ଦାଦରପାଲି ଠାରୁ କେଶଲଗା କୁ ସଂଯୋଗ କରିବା ପାଇଁ ଏବେ ତିଆରି ହେଉଛି ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା l ଏଥି ପାଇଁ ଆବଶ୍ୟକୀୟ ବାଲି […] The post କେଶଲଗା ରାସ୍ତା ଅବସ୍ଥା ଦୁରାବସ୍ଥା ; ଯାତାୟତ ବାଧାପ୍ରାପ୍ତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଠାରୁ କେଶଲଗା ପର୍ଯ୍ୟନ୍ତ ପୂର୍ବରୁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଯାନବାହାନ ଯିବାଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ଦାଦରପାଲି ଠାରୁ କେଶଲଗା କୁ ସଂଯୋଗ କରିବା ପାଇଁ ଏବେ ତିଆରି ହେଉଛି ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା l ଏଥି ପାଇଁ ଆବଶ୍ୟକୀୟ ବାଲି , ମେଟାଲ , ଚିପ୍ସ , ଡଷ୍ଟ ଆଦି ଆଣି କେଶଲଗାରେ ଠିକlସଂସ୍ଥା କ୍ୟାମ୍ପ କରିଛି l ହାୱା ଗାଡି ଗୁଡିକ ରେ ଅଧିକ ଓଜନ ନେଇ ପୂର୍ବରୁ ତିଆରି ହୋଇଥିବା ପିଚୁ ରାସ୍ତା ଦେଇ ଆସିବା ରୁ ରାସ୍ତା ର ପିଚୁ ଦବିଯାଇ ବଡ ବଡ ଗର୍ତ୍ତ ମାନ ସୃଷ୍ଟି ହୋଇଯାଇଛି l ରାସ୍ତା ରୁ ପିଚୁ ଗୁଡିକ ମଧ୍ୟ ଫାଟି ଯାଇଛି l ପୂର୍ବରୁ ମଧ୍ୟ ଉକ୍ତ ରାସ୍ତା ରେ ନିମ୍ନମାନର କାମ ହୋଇଥିବା ଅନୁମାନ ହେଉଛି l ଗୋଟିଏ ପଟେ ରାସ୍ତା ତିଆରି ଚାଲିଥିବା ବେଳେ ଆଉଗୋଟିଏ ପଟେ ରାସ୍ତା ଭାଙ୍ଗି ଚାଲିଛି l ଉକ୍ତ ରାସ୍ତା ଉପରେ ଏବେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ଫଳରେ ଛୋଟ ବଡ ଦୁର୍ଘଟଣା ମାନ ହେଉଥିବା ଅଭିଯୋଗ ହେଉଛି l ତେଣୁ ବିଭାଗୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତା ରେ ଅତ୍ୟଧିକ ଭରି ହାୱା ଗାଡି ଗୁଡିକ ବନ୍ଦ କରି ପୂର୍ବରୁ ହୋଇଥିବା ପିଚୁ ରାସ୍ତା ର ମରାମତି କରିବା ପାଇଁ ଲୋକେ ଦାବି କରୁଛନ୍ତି l
The post କେଶଲଗା ରାସ୍ତା ଅବସ୍ଥା ଦୁରାବସ୍ଥା ; ଯାତାୟତ ବାଧାପ୍ରାପ୍ତ appeared first on Odisha.News.