ବାଲିଗୁଡା କୋର୍ଟରେ ହଜାର ହେଲେ ମାଓ ନେତା ଆଜାଦ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ କିଛି ବର୍ଷ ହେବ ମାଓ କାର୍ଯ୍ୟ କଳାପ କରାଇ ଆତଙ୍କ ସୃଷ୍ଟି କରିଥିବା ଟପ ମାଓ ନେତା ଆଜାଦ ଓରଫ କେଶବ ରାଓ ଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଝାରପଡା ଜେଲ ରୁ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ କୁ ଅଣାଯାଇଥିଲା l ଏଠାରେ ଆଜି ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ବହୁ ଚର୍ଚିତ ୫ ଟି ମାମଲାର ଚାର୍ଜ ଫ୍ରେମ କରାଯାଇଥିଲା l […] The post ବାଲିଗୁଡା କୋର୍ଟରେ ହଜାର ହେଲେ ମାଓ ନେତା ଆଜାଦ appeared first on Odisha.News.

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ କିଛି ବର୍ଷ ହେବ ମାଓ କାର୍ଯ୍ୟ କଳାପ କରାଇ ଆତଙ୍କ ସୃଷ୍ଟି କରିଥିବା ଟପ ମାଓ ନେତା ଆଜାଦ ଓରଫ କେଶବ ରାଓ ଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଝାରପଡା ଜେଲ ରୁ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ କୁ ଅଣାଯାଇଥିଲା l ଏଠାରେ ଆଜି ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ବହୁ ଚର୍ଚିତ ୫ ଟି ମାମଲାର ଚାର୍ଜ ଫ୍ରେମ କରାଯାଇଥିଲା l ସେଥି ମଧ୍ୟରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ୨୦୦୮ ମସିହା ନଭେମ୍ବର ୫ ତାରିଖରେ ଭୈରବୀ ମନ୍ଦିର ନିକଟରେ ଧନୁ ପ୍ରଧାନୀ କୁ ହତ୍ୟା , ୨୦୦୯ ମସିହା ଜୁଲାଇ ୧୭ ତାରିଖରେ କାଟିଙ୍ଗିଆ ପାଣ୍ଡି ଭଙ୍ଗା ରୁଜା ସହ ହତ୍ୟା ,ପୁଣି ଅକ୍ଟୋବର ୪ ତାରିଖରେ କାଟିଙ୍ଗିଆ ଫାଣ୍ଡିକୁ ପୋଡା ଜଳା, ୨୦୧୦ ମସିହା ନଭେମ୍ବର ୨୭ ତାରିଖରେ ବଙ୍ଗଡଦୁଆ ଘାଟିରେ ଆମ୍ବୁଲାନ୍ସ କୁ ଲ୍ୟାଣ୍ଡ ମାଇନ ଲଗାଇ ବିସ୍ଫୋରଣ କରି ଉଡାଇବା ରେ ୫ ଜଣଙ୍କ ମୃତ୍ୟୁ ସହ ବ୍ରାହ୍ମଣୀ ଗାଁ ବଜାର ରେ ରହୁଥିବା କିରୋସିନ ଡିଲର ମନୋଜ ସାହୁ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ଏପରି ୫ ଟି କେଶର ଚାର୍ଜ ଫ୍ରେମ କରିବାକୁ କୋର୍ଟ ସମନ ଦେବା ସହ ହାଜର ପାଇଁ ନିର୍ଦେଶ ଦେଇଥିଲେ l ଆଜାଦ ଙ୍କ ତରଫରୁ ତାଙ୍କ ଓକିଲ ସେକ ସାଦିକ ଡ଼ିସ ଚାର୍ଜ ପିଟିସନ ଫାଇଲ କରିଥିଲେ l ଆଜି ଏହାର ଶୁଣାଣୀ ପରେ ମାନ୍ୟବର କୋର୍ଟ ତାକୁ ଖାରଜ କରିଥିଲେ l ଏହି ୫ଟି କେଶର ଚାର୍ଜ ଫ୍ରେମ କରିବା ସହ ପରବର୍ତ୍ତୀ ତାରିଖ ପରେ ଜଣାଇବା ପରେ ଭି. ସି. ମାଧ୍ୟମରେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯିବ ବୋଲି ଆଜାଦ ଙ୍କ ଓକିଲ ସେକ ସାଦିକ ପ୍ରକାଶ କରିଛନ୍ତି l
The post ବାଲିଗୁଡା କୋର୍ଟରେ ହଜାର ହେଲେ ମାଓ ନେତା ଆଜାଦ appeared first on Odisha.News.