କେସିଙ୍ଗାରେ ଚାଲିଛି ମତଦାନ

କେସିଙ୍ଗା,୧୩ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ବାଲସି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି। ଆଜି ମେଘୁଆ ପାଗ ରହିଥିବାରୁ ସକାଳୁ ମହିଳା, ଯୁବତୀ, ଯୁବକ,ପୁରୁଷମାନେ ଭୋଟ୍‌ କେନ୍ଦ୍ରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଯଦିଓ ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ […] The post କେସିଙ୍ଗାରେ ଚାଲିଛି ମତଦାନ appeared first on Dharitri Odia News.

କେସିଙ୍ଗାରେ ଚାଲିଛି ମତଦାନ

କେସିଙ୍ଗା,୧୩ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ବାଲସି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି। ଆଜି ମେଘୁଆ ପାଗ ରହିଥିବାରୁ ସକାଳୁ ମହିଳା, ଯୁବତୀ, ଯୁବକ,ପୁରୁଷମାନେ ଭୋଟ୍‌ କେନ୍ଦ୍ରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଯଦିଓ ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ ପାନୀୟଜଳ, ବିଦ୍ୟୁତ୍‌ ଆଦିର ବ୍ୟବସ୍ଥା କରାଯାଇଥିବା ବେଳେ ପାଗ ଭଲ ଥିବାରୁ ଭୋଟରମାନେ ସୁରୁଖୁରୁରେ ଭୋଟ୍‌ ଦେଉଛନ୍ତି ବୋଲି ପ୍ରିଜାଇଡିଂ ଅଫିସର ନରେନ୍ଦ୍ର ସୁନା ସୂଚନା ଦେଇଛନ୍ତି। ସେହିପରି କେସିଙ୍ଗା ବ୍ଲକର ୧୭ଟି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି।

The post କେସିଙ୍ଗାରେ ଚାଲିଛି ମତଦାନ appeared first on Dharitri Odia News.