କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି
କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କେସିଙ୍ଗା ସହରରେ ଏକ ନୂତନ ବାଏପାସ ରାସ୍ତା ନିର୍ମାଣ ପାଇଁ ସହରର ଅନେକ ସଂଗଠନର ମିଳିତ ଉଦ୍ୟମରେ ଜିଲାପାଳଙ୍କୁ ଶୁକ୍ରବାର ସାକ୍ଷାତ କରି ଦାବିପତ୍ର ଦିଆଯାଇଛି। ଅନେକ ଦିନରୁ ବିଭିନ୍ନ ରାଜନୈତିକ ନେତାଙ୍କ ସହିତ ସାକ୍ଷାତ କରି ସପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା କୌଣସି ନିର୍ବାଚିତ ପ୍ରତିନିଧି ସହରବାସୀଙ୍କ ଅନୁରୋଧ ରକ୍ଷା କରି ନାହାନ୍ତି। ବିଭିନ୍ନ ସଙ୍ଗଠନ ପକ୍ଷରୁ ତୁହାକୁ ତୁହା […] The post କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି appeared first on Dharitri Odia News.
କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କେସିଙ୍ଗା ସହରରେ ଏକ ନୂତନ ବାଏପାସ ରାସ୍ତା ନିର୍ମାଣ ପାଇଁ ସହରର ଅନେକ ସଂଗଠନର ମିଳିତ ଉଦ୍ୟମରେ ଜିଲାପାଳଙ୍କୁ ଶୁକ୍ରବାର ସାକ୍ଷାତ କରି ଦାବିପତ୍ର ଦିଆଯାଇଛି। ଅନେକ ଦିନରୁ ବିଭିନ୍ନ ରାଜନୈତିକ ନେତାଙ୍କ ସହିତ ସାକ୍ଷାତ କରି ସପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା କୌଣସି ନିର୍ବାଚିତ ପ୍ରତିନିଧି ସହରବାସୀଙ୍କ ଅନୁରୋଧ ରକ୍ଷା କରି ନାହାନ୍ତି। ବିଭିନ୍ନ ସଙ୍ଗଠନ ପକ୍ଷରୁ ତୁହାକୁ ତୁହା ବୈଠକ ଅନୁଷ୍ଠିତ ହେଇ ରଣନୀତି ପ୍ରସ୍ତୁତ କରାଯାଉଛି।
ଶୁକ୍ରବାର କେସିଙ୍ଗା ବୁଦ୍ଧିଜିବୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ ସଚିନ ପାୱାରଙ୍କୁ ସାକ୍ଷାତ କରି ନୂତନ ବାଏପାସ ସହର ପାଇଁ କେତେ ଆବଶ୍ୟକ ବିଷୟରେ ଆଲୋଚନା କରିଥିଲେ। ଜିଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଜିଲାପାଳ ଦାବିପତ୍ର ଗ୍ରହଣ କରି ଚିଠି ମାଧ୍ୟମରେ ସରକାରଙ୍କୁ ଜଣାଇବା ପାଇଁ ସହମତି ପ୍ରକାଶ କରିବା ସହିତ ତାଙ୍କ ହାତରେ ଯେତିକି ହୋଇ ପାରିବ ତାହା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।
ଏଠାରେ ପ୍ରକାଶ ଥାଉକି ପ୍ରାୟ ୩୨୬ କୋଟି ଟଙ୍କା ବିନିମୟରେ କେସିଙ୍ଗାରେ ଏକ ଆରଓବି କାମ ଜୋର ସୋର୍ ରେ ନିର୍ମାଣ ଚାଲିଛି । କିନ୍ତୁ ତାହାର ଅବସ୍ଥିତିକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।କାରଣ ସହରର ମଧ୍ୟ ଭାଗରେ ତାହା ଶେଷ ହେଉଛି । ଯାହାର ଫଳରେ ଭବିଷ୍ୟତରେ ଅଞ୍ଚଲରେ ଟ୍ରାଫିକ ସମସ୍ୟା ଉପୁଜିବା ସହିତ ଦୁର୍ଘଟଣା ଜନିତ କ୍ଷୟ କ୍ଷତି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୭ ଦିନ ଭିତରେ କୌଣସି ପଦକ୍ଷେପ ନିଆ ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଜିଲ୍ଲାପାଳ ମହୋଦୟଙ୍କୁ ସହରବାସୀ ଚେତାବନୀ ଦେଇଛନ୍ତି।
The post କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି appeared first on Dharitri Odia News.