ଘର ତିଆରି ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରଣୀ ଟଙ୍କା

ଭୁବନେଶ୍ୱର,୮ା୧୧(ଅନୁରାଧା ମହାରଣା)- ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ଚିଠି ଲେଖାଯାଇଛି । ଯେଉଁ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ନୂଆ ଜମି କିଣିବା […] The post ଘର ତିଆରି ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରଣୀ ଟଙ୍କା appeared first on Dharitri Odia News.

ଘର ତିଆରି ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରଣୀ ଟଙ୍କା

ଭୁବନେଶ୍ୱର,୮ା୧୧(ଅନୁରାଧା ମହାରଣା)- ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ଚିଠି ଲେଖାଯାଇଛି । ଯେଉଁ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ନୂଆ ଜମି କିଣିବା ପାଇଁ ଆବେଦନ କରିଛନ୍ତି ସେମାନେ ତାହାର ସମସ୍ତ ତଥ୍ୟ ନିର୍ଦ୍ଦେଶାଳୟରେ ଦାଖଳ କରିବାକୁ ପଡ଼ିବ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଚୁକ୍ତିକୁ ମଧ୍ୟ ଆବେଦନକାରୀ ଦାଖଲ କରିବେ। ସେହିପରି ପୂର୍ବରୁ ଥିବା ଜମିରେ ଗୃହ ନିର୍ମାଣ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିମ୍ବା ବିଡିଏ ଓ ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ୱାରା ସମର୍ଥିତ ତଥ୍ୟ ଦାଖଲ କରିବେ। ଏଥିସହ ହାଉସ ପ୍ଲାନ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପଟେ ନିର୍ମାଣ ସରିଥିବା ଗୃହ କ୍ରୟ ପାଇଁ ଅଗ୍ରୀମ ଅର୍ଥ ପାଇଁ ଆନୁସଙ୍ଗିକ କାଗଜପତ୍ରର ତଥ୍ୟ ଦାଖଲ କରିବାକୁ ହେବ। ବିଶେଷକର ଆବଣ୍ଟନ ନେଇ ବିଡିଏ, ହାଉସିଂ ବୋର୍ଡ, କିମ୍ବା ବିଲଡରଙ୍କ ପକ୍ଷରୁ ମିଳିଥିବା ଦସ୍ତାବିଜର ତଥ୍ୟ ଦେବାକୁ ହେବ। ୨ଟି କିସ୍ତିରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

The post ଘର ତିଆରି ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରଣୀ ଟଙ୍କା appeared first on Dharitri Odia News.