କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ
ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ।
ସମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ପ୍ରଭାବର ମୁକାବିଲା ପାଇଁ ରାଜ୍ୟର ୬ ବରିଷ୍ଠ ଆଇଏଏସ ଅଫିସରଙ୍କୁ ବଡ଼ ଦାୟିତ୍ୱ । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସୁପରିଚାଳନା ପାଇଁ ୬ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂଙ୍କୁ ପୁରୀ,ଭୀନିତ ଭରଦ୍ୱାଜଙ୍କୁ ମୟୂରଭଂଜ ଦାୟିତ୍ୱ ଦିଆଯାଇଛି।
ସେହିପରି ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଏବଂ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଏହି ୬ ଅଭିଜ୍ଞ ଆଇଏଏସ୍ ସଂପୃକ୍ତ ଜିଲ୍ଲାରେ ଉଦ୍ଧାର ସହ ରିଲିଫ୍ କାର୍ଯ୍ୟର ତଦାରଖ କରିବେ। କାରଣ ପୂର୍ବରୁ ସଂପୃକ୍ତ ଜିଲ୍ଲା ଗୁଡ଼ିକରେ ଏହି ୬ ଆଇଏଏସ୍ ଜିଲ୍ଲାପାଳ ଥିଲେ। ତେଣୁ ସେହି ଅଭିଜ୍ଞତା ଆଧାରରେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିବା କୁହାଯାଉଛି।