କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ କାରଣରୁ ବଢିଲା ଭିନେଶଙ୍କ ଓଜନ ? ଦୃଢ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଲେ WFI ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭିନେଶ ଫୋଗାଟ  ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ମାମଲା ଗମ୍ଭୀର ହେବାରେ ଲାଗିଛି। ଗୋଟିଏ ପଟେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳର ଶେଫ ଡି ମିଶନ ଗଗନ ନାରଙ୍ଗ ଖୁବ୍ ଶୀଘ୍ର ୟୁନାଇଟେଡ ଓ୍ଵାର୍ଲ୍ଡ ରେସଲିଂ(UWW)ଙ୍କୁ ସାକ୍ଷାତ କରି ପାରନ୍ତି। ଭିନେଶଙ୍କ ଉପରୁ ଅଯୋଗ୍ୟତା ହଟିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ। କିନ୍ତୁ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଧନଞ୍ଜୟ ସିଂ କହିଛନ୍ତି, ଭିନେଶ ଫୋଗାଟଙ୍କ ମୁଖ୍ୟ ପ୍ରଶିକ୍ଷକ ଓ ସହାୟକ ପ୍ରଶିକ୍ଷକ ତାଙ୍କ ଓଜନ ନିୟନ୍ତ୍ରଣ ପ୍ରତି ଅବହେଳା କରିଛନ୍ତି। ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବା କାରଣରୁ ଭାରତୀୟ ପହିଲମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ଭିନେଶ ପଦକରୁ ବଞ୍ଚିତ ହୋଇଛନ୍ତି।ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ସଞ୍ଜୟ ସିଂ କହିଛନ୍ତି, ସେ ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ) ଓ ୟୁଡବ୍ଲ୍ୟୁଡବ୍ଲ୍ୟୁର ଅଧିକାରୀଙ୍କ ସହ ଭିନେଶଙ୍କୁ ରିହାତି ଦେବା ସଂପର୍କରେ ଆଲୋଚନା କରିଛନ୍ତି। ଭିନେଶଙ୍କୁ ସମୟରେ କିଛିଟା କୋହଳ ଦେବାକୁ ଦାବି କରିଥିଲି, କିନ୍ତୁ ତାକୁ ଅଗ୍ରାହ୍ୟ କରି ଦିଆଗଲା। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ,ଭିନେଶଙ୍କୁ ଏହି ଜଟିଳ ସମୟକୁ ସହିବାର ଶକ୍ତି ଦିଅନ୍ତୁ। ପୁରା ଦେଶ ତାଙ୍କ ସହ ରହିଛି।ସଞ୍ଜୟ ସିଂହ ଗୁରୁତର ଅଭିଯୋଗ ଲଗାଇ କହିଛନ୍ତି, ଭିନେଶଙ୍କ କୋଚ୍‌ଙ୍କ ଦାୟିତ୍ଵ ଥିଲା ଯେ, ତାଙ୍କ ଓଜନ କେମିତି ୫୦ କିଲୋ ଭିତର

କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ କାରଣରୁ ବଢିଲା ଭିନେଶଙ୍କ ଓଜନ ? ଦୃଢ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଲେ WFI ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭିନେଶ ଫୋଗାଟ  ଅଲିମ୍ପିକ୍ସରୁ ଅଯୋଗ୍ୟ ହେବା ମାମଲା ଗମ୍ଭୀର ହେବାରେ ଲାଗିଛି। ଗୋଟିଏ ପଟେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଦଳର ଶେଫ ଡି ମିଶନ ଗଗନ ନାରଙ୍ଗ ଖୁବ୍ ଶୀଘ୍ର ୟୁନାଇଟେଡ ଓ୍ଵାର୍ଲ୍ଡ ରେସଲିଂ(UWW)ଙ୍କୁ ସାକ୍ଷାତ କରି ପାରନ୍ତି। ଭିନେଶଙ୍କ ଉପରୁ ଅଯୋଗ୍ୟତା ହଟିବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ। କିନ୍ତୁ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଧନଞ୍ଜୟ ସିଂ କହିଛନ୍ତି, ଭିନେଶ ଫୋଗାଟଙ୍କ ମୁଖ୍ୟ ପ୍ରଶିକ୍ଷକ ଓ ସହାୟକ ପ୍ରଶିକ୍ଷକ ତାଙ୍କ ଓଜନ ନିୟନ୍ତ୍ରଣ ପ୍ରତି ଅବହେଳା କରିଛନ୍ତି। ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବା କାରଣରୁ ଭାରତୀୟ ପହିଲମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଫଳରେ ଭିନେଶ ପଦକରୁ ବଞ୍ଚିତ ହୋଇଛନ୍ତି।

ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ସଞ୍ଜୟ ସିଂ କହିଛନ୍ତି, ସେ ଭାରତୀୟ ଅଲିମ୍ପିକ୍ସ ସଂଘ(ଆଇଓଏ) ଓ ୟୁଡବ୍ଲ୍ୟୁଡବ୍ଲ୍ୟୁର ଅଧିକାରୀଙ୍କ ସହ ଭିନେଶଙ୍କୁ ରିହାତି ଦେବା ସଂପର୍କରେ ଆଲୋଚନା କରିଛନ୍ତି। ଭିନେଶଙ୍କୁ ସମୟରେ କିଛିଟା କୋହଳ ଦେବାକୁ ଦାବି କରିଥିଲି, କିନ୍ତୁ ତାକୁ ଅଗ୍ରାହ୍ୟ କରି ଦିଆଗଲା। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ,ଭିନେଶଙ୍କୁ ଏହି ଜଟିଳ ସମୟକୁ ସହିବାର ଶକ୍ତି ଦିଅନ୍ତୁ। ପୁରା ଦେଶ ତାଙ୍କ ସହ ରହିଛି।

ସଞ୍ଜୟ ସିଂହ ଗୁରୁତର ଅଭିଯୋଗ ଲଗାଇ କହିଛନ୍ତି, ଭିନେଶଙ୍କ କୋଚ୍‌ଙ୍କ ଦାୟିତ୍ଵ ଥିଲା ଯେ, ତାଙ୍କ ଓଜନ କେମିତି ୫୦ କିଲୋ ଭିତରେ ରହିବ। ଏହି ମାମଲାରେ ଭିନେଶଙ୍କ କୌଣସି ଭୁଲ ନାହିଁ କାରଣ ସେ ବହୁତ ଭଲ ପ୍ରଦର୍ଶନ କରୁଥିଲେ। ସେ ଭାରତୀୟ ପହିଲମାନଙ୍କ କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ଦାୟୀ କରିଛନ୍ତି। ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ତଦନ୍ତ ଦାବି କରିଛନ୍ତି ଯେ, କେମିତି ଭିନେଶଙ୍କ ଓଜନ ବଢିଲା। ଏହା ବ୍ୟତୀତ ସେ ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି।