କୋଟାରେ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ, ବାଥରୁମ୍ରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ ୨୦।୦୮: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ । ସେଠାରେ ଆଇଆଇଟି ପାଇଁ କୋଚିଂ ନେଉଥିବା ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଥିବା ଛାତ୍ର ମୃତ୍ୟୁ ହୋଇଥିଲା । ସେ ସକାଳେ ରାଜୀବ ଗାନ୍ଧୀ ନଗରର ହଷ୍ଟେଲ ରୁମରେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର ସୂଚନାନୁସାରେ, ଚଳିତ ବର୍ଷ ଏପ୍ରିଲରେ କୋଟାକୁ ଆସିଥିଲେ।ଦୁଇ ଦିନ ପୂର୍ବେ ତାଙ୍କ ମା ମଧ୍ୟ ଆସି ରୁମରେ ଥିଲେ। ସକାଳ ପ୍ରାୟ ୧୦ ଟା ବେଳେ ଗାଧୋଇବାକୁ ବାଥରୁମକୁ ଯାଇଥିଲେ। ଯେତେବେଳେ ସେ ୧୫ ମିନିଟ୍ ହେବ ଫେରି ନଥିଲେ, ମା ଯାଇ ଯାଞ୍ଚ କରିଥିଲେ । ବାଥରୁମ କବାଟ ଖୋଲା ଥିଲା ଏବଂ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ମାଆ ତୁରନ୍ତ ହଷ୍ଟେଲ କର୍ମଚାରୀଙ୍କୁ ଡାକିଥିଲ। ତାଙ୍କ ସହାୟତାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଯାଞ୍ଚ ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ତେବେ ଛାତ୍ର ଜଣଙ୍କର ମୃତ୍ୟୁ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ତାଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଛାତ୍ରଙ୍କ ବାପା କୋଟା ଆସିବା ପରେ ପୋଷ୍ଟମର୍ଟମ କରାଯିବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କୋଟାରେ କୋଚିଂ ନେଉଥିବା ୧୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ ୨୦।୦୮: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ । ସେଠାରେ ଆଇଆଇଟି ପାଇଁ କୋଚିଂ ନେଉଥିବା ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଥିବା ଛାତ୍ର ମୃତ୍ୟୁ ହୋଇଥିଲା । ସେ ସକାଳେ ରାଜୀବ ଗାନ୍ଧୀ ନଗରର ହଷ୍ଟେଲ ରୁମରେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର ସୂଚନାନୁସାରେ, ଚଳିତ ବର୍ଷ ଏପ୍ରିଲରେ କୋଟାକୁ ଆସିଥିଲେ।
ଦୁଇ ଦିନ ପୂର୍ବେ ତାଙ୍କ ମା ମଧ୍ୟ ଆସି ରୁମରେ ଥିଲେ। ସକାଳ ପ୍ରାୟ ୧୦ ଟା ବେଳେ ଗାଧୋଇବାକୁ ବାଥରୁମକୁ ଯାଇଥିଲେ। ଯେତେବେଳେ ସେ ୧୫ ମିନିଟ୍ ହେବ ଫେରି ନଥିଲେ, ମା ଯାଇ ଯାଞ୍ଚ କରିଥିଲେ । ବାଥରୁମ କବାଟ ଖୋଲା ଥିଲା ଏବଂ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ମାଆ ତୁରନ୍ତ ହଷ୍ଟେଲ କର୍ମଚାରୀଙ୍କୁ ଡାକିଥିଲ। ତାଙ୍କ ସହାୟତାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଯାଞ୍ଚ ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ତେବେ ଛାତ୍ର ଜଣଙ୍କର ମୃତ୍ୟୁ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ତାଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଛାତ୍ରଙ୍କ ବାପା କୋଟା ଆସିବା ପରେ ପୋଷ୍ଟମର୍ଟମ କରାଯିବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କୋଟାରେ କୋଚିଂ ନେଉଥିବା ୧୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି।