ଭାରତ-ଦକ୍ଷିଣ ଆଫ୍ରିକା ମହିଳା ଟେଷ୍ଟ; ଚିପକ୍ରେ ଚାଲିଛି ମହା-ମୁକାବିଲା
ମୁମ୍ବାଇ, ୨୮/୬: ୨ ମାସ ପରେ ଚିପକ୍ ଷ୍ଟାଡ଼ିୟମକୁ ଫେରିଛି କ୍ରିକେଟ୍ । ଚେନ୍ନାଇରେ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମେ ଟସ୍ ଜିତି ଭାରତୀୟ ମହିଳା ଦଳ ବ୍ୟାଟିଂ କରୁଛି । ସେଫାଳି ବର୍ମା ଓ ସ୍ମୃତି ମାନ୍ଧାନଙ୍କ ଓପନିଂ ଯୋଡ଼ି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ୁଛନ୍ତି । ୧୦ ଓଭର ଖେଳ ଶେଷ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ବିନା କୌଣସି ଓ୍ବିକେଟ୍ ହରାଇ ୫୦ ରନ ସଂଗ୍ରହ କରିଛନ୍ତି । ୨୦୦୭ ପର ଠାରୁ ଚେନ୍ନାଇ ଷ୍ଟାଡିୟମରେ ଭାରତୀୟ ମହିଳା ଦଳ କୌଣସି ମ୍ୟାଚ୍ ଖେଳିନାହିଁ । ଦକ୍ଷିଣ ଆଫ୍ରିକା ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସମୟରେ ଏହି ଗ୍ରାଉଣ୍ଡ୍ରେ ଏକ ମ୍ୟାଚ୍ ଖେଳିଥିଲା । ଚିପକ ଷ୍ଟାଡ଼ିୟମରେ ଦ୍ୱିତୀୟ ଥର ପାଇଁ ମହିଳା ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି । ଶେଷ ଥର ପାଇଁ ୧୯୭୬ ମସିହାରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ଏକ ଟେଷ୍ଟ ଖେଳାଯାଇଥିଲା । ଗତ ଡିସେମ୍ବରରେ ଭାରତୀୟ ମହିଳା ଦଳ ଘରୋଇ ଗ୍ରାଉଣ୍ଡ୍ରେ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏଁ ଟେଷ୍ଟ ଖେଳିଥିଲା ଓ ଉଭୟ ମ୍ୟାଚ୍ ଜିତିଥିଲା । ଉଭୟ ବିଜୟରେ ସ୍ପିନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେପଟେ ଦକ୍ଷିଣ ଆଫ୍ରିକା ଗତ ଦିନିକିଆ ସିରିଜ ପରାଜିତ ହୋଇଥିଲେ ହେଁ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତ ବି
ମୁମ୍ବାଇ, ୨୮/୬: ୨ ମାସ ପରେ ଚିପକ୍ ଷ୍ଟାଡ଼ିୟମକୁ ଫେରିଛି କ୍ରିକେଟ୍ । ଚେନ୍ନାଇରେ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମେ ଟସ୍ ଜିତି ଭାରତୀୟ ମହିଳା ଦଳ ବ୍ୟାଟିଂ କରୁଛି । ସେଫାଳି ବର୍ମା ଓ ସ୍ମୃତି ମାନ୍ଧାନଙ୍କ ଓପନିଂ ଯୋଡ଼ି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଭାରି ପଡ଼ୁଛନ୍ତି । ୧୦ ଓଭର ଖେଳ ଶେଷ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ବିନା କୌଣସି ଓ୍ବିକେଟ୍ ହରାଇ ୫୦ ରନ ସଂଗ୍ରହ କରିଛନ୍ତି ।
୨୦୦୭ ପର ଠାରୁ ଚେନ୍ନାଇ ଷ୍ଟାଡିୟମରେ ଭାରତୀୟ ମହିଳା ଦଳ କୌଣସି ମ୍ୟାଚ୍ ଖେଳିନାହିଁ । ଦକ୍ଷିଣ ଆଫ୍ରିକା ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସମୟରେ ଏହି ଗ୍ରାଉଣ୍ଡ୍ରେ ଏକ ମ୍ୟାଚ୍ ଖେଳିଥିଲା । ଚିପକ ଷ୍ଟାଡ଼ିୟମରେ ଦ୍ୱିତୀୟ ଥର ପାଇଁ ମହିଳା ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି । ଶେଷ ଥର ପାଇଁ ୧୯୭୬ ମସିହାରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମହିଳା ଦଳ ମଧ୍ୟରେ ଏକ ଟେଷ୍ଟ ଖେଳାଯାଇଥିଲା । ଗତ ଡିସେମ୍ବରରେ ଭାରତୀୟ ମହିଳା ଦଳ ଘରୋଇ ଗ୍ରାଉଣ୍ଡ୍ରେ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏଁ ଟେଷ୍ଟ ଖେଳିଥିଲା ଓ ଉଭୟ ମ୍ୟାଚ୍ ଜିତିଥିଲା । ଉଭୟ ବିଜୟରେ ସ୍ପିନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ସେପଟେ ଦକ୍ଷିଣ ଆଫ୍ରିକା ଗତ ଦିନିକିଆ ସିରିଜ ପରାଜିତ ହୋଇଥିଲେ ହେଁ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତ ବିପକ୍ଷ ଗତ ୨ଟି ଦିନିକିଆରେ ଷ୍ଟାର୍ ବ୍ୟାଟର ଲୌରା ଉଲଭାର୍ଟ ଅପରାଜିତ ୧୩୫ ଓ ୬୧ ରନ୍ର ଇନିଂସ ଖେଳି ଫର୍ମରେ ରହିଥିବା ପ୍ରମାଣ କରିଛନ୍ତି । ଚିପକ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ପିଚ୍ ସାମାନ୍ୟ ମନ୍ଥର ରହିଲେ ମଧ୍ୟ ବ୍ୟାଟିଂ ପାଇଁ ଅନୁକୂଳ ହୋଇଛି । ଏଠାରେ ସତର୍କତାର ସହ ଖେଳିଲେ ବଡ଼ ଇନିଂସ ସମ୍ଭବ ହେବ ।
ଭାରତୀୟ ଚୂଡ଼ାନ୍ତ ଏକାଦଶରେ: ସ୍ମୃତି ମନ୍ଧନା, ସେଫାଳି ବର୍ମା, ଶୁଭା ସତୀଷ, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର(ଅଧିନାୟିକା), ରିଚା ଘୋଷ, ଦୀପ୍ତି ଶର୍ମା, ସ୍ନେହ ରାଣା, ପୂଜା ବସ୍ତ୍ରାକର, ରାଜେଶ୍ୱରୀ ଗାଏକୱାଡ୍, ରେଣୁକା ସିଂହ ।
ଦକ୍ଷିଣ ଅଫ୍ରିକା: ଲୌରା ଉଲଭାର୍ଟ(ଅଧିନାୟିକା), ଆନେକେ ବସ୍କ, ମାରିଜେନ କାପ, ସୁନେ ଲୁସ, ଡେଲମି ଡକର, ନାଦିନ ଡି କ୍ଲାର୍କ, ସାନିଲୋ ଜାଫା, ନନକୁଲେକୋ ମଲାବା, ମାସାବାତା କ୍ଲାସ, ତୁମି ସେଖୁଖୁନେ