୧୧ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା

ନୂଆଦିଲ୍ଲୀ,୧୧ା୧୦: ୨୦୨୩-୨୪ ବର୍ଷରେ ୧୧.୪ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା ରହିଥିଲା, ଯେଉଁମାନଙ୍କୁ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ଚିହ୍ନଟ କରିଥିବା ଗୁରୁବାର କହିଛି। ସେମାନଙ୍କ ବାଲ୍ୟବିବାହକୁ ରୋକିବା ଦିଗରେ ଏନ୍‌ସିପିସିଆର୍‌ ପରିବାର କାଉନ୍‌ସେଲିଂ, ସ୍କୁଲରେ ପୁନଃସାମିଲ କରିବା ଏବଂ ଆଇନ ପ୍ରବର୍ତ୍ତନକାରୀଙ୍କ ସହଯୋଗ ଆଦି ପଦକ୍ଷେପ ନେଇଥିଲା। ଏଥିରେ ବାଲ୍ୟବିବାହ ପ୍ରତିକାର ଅଧିକାରୀ (ସିଏମ୍‌ପିଓ), ଜିଲା କର୍ତ୍ତୃପକ୍ଷ ଏବଂ ଅନ୍ୟ ଷ୍ଟେକ୍‌ହୋଲ୍ଡରମାନେ ସହାୟତା କରିଥିଲେ। ଉତ୍ତରପ୍ରଦେଶରେ ସର୍ବାଧିକ ୫ […] The post ୧୧ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା appeared first on Dharitri Odia News.

୧୧ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା

ନୂଆଦିଲ୍ଲୀ,୧୧ା୧୦: ୨୦୨୩-୨୪ ବର୍ଷରେ ୧୧.୪ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା ରହିଥିଲା, ଯେଉଁମାନଙ୍କୁ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ଚିହ୍ନଟ କରିଥିବା ଗୁରୁବାର କହିଛି। ସେମାନଙ୍କ ବାଲ୍ୟବିବାହକୁ ରୋକିବା ଦିଗରେ ଏନ୍‌ସିପିସିଆର୍‌ ପରିବାର କାଉନ୍‌ସେଲିଂ, ସ୍କୁଲରେ ପୁନଃସାମିଲ କରିବା ଏବଂ ଆଇନ ପ୍ରବର୍ତ୍ତନକାରୀଙ୍କ ସହଯୋଗ ଆଦି ପଦକ୍ଷେପ ନେଇଥିଲା। ଏଥିରେ ବାଲ୍ୟବିବାହ ପ୍ରତିକାର ଅଧିକାରୀ (ସିଏମ୍‌ପିଓ), ଜିଲା କର୍ତ୍ତୃପକ୍ଷ ଏବଂ ଅନ୍ୟ ଷ୍ଟେକ୍‌ହୋଲ୍ଡରମାନେ ସହାୟତା କରିଥିଲେ। ଉତ୍ତରପ୍ରଦେଶରେ ସର୍ବାଧିକ ୫ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା ରହିଥିବାବେଳେ ଏହା ପଛକୁ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ରହିଛି। ବାଲ୍ୟବିବାହ ରୋକିବା ପାଇଁ ସଚେତନତା ଅଭିଯାନରେ ୧.୨ କୋଟି ଲୋକ ସାମିଲ ହୋଇଥିଲେ। ୟୁପି, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉକ୍ତ ଅଭିଯାନର ନେତୃତ୍ୱ ନେଇଥିଲା। ଜିଲା ଅଧିକାରୀ ଏବଂ ମୁଖ୍ୟ ଷ୍ଟେକ୍‌ହୋଲ୍ଡରମାନଙ୍କ ସହ ଭର୍ଚୁଆଲ ସମୀକ୍ଷା ବୈଠକ ପରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଥିବା କମଶନ କହିଛନ୍ତି। ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାମାନେ ବାଲ୍ୟବିବାହର ଶିକାର ହୋଇପାରନ୍ତି।

The post ୧୧ ଲକ୍ଷ ପିଲା ବାଲ୍ୟବିବାହ କରିବା ଆଶଙ୍କା appeared first on Dharitri Odia News.