ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା

ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍‌ ପାଇଁ ବାରମ୍ବାର କ୍ଷମା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣି ନ ଥିଲେ। ତାଙ୍କ ଗୋଡ଼କୁ ଏକ ଅଟୋରେ ଓ ହାତକୁ ଦଉଡ଼ିରେ ବାନ୍ଧି ପିଟି ଚାଲିଥିଲେ। ଶମ୍ଭୁ ଜାଡ଼ ଓ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ଦେଖଣାହାରି ସାଜିଥିଲେ। ଏପରି କି କେତେଜଣ ଲୋକ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରୁଥିଲେ। […] The post ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା appeared first on Dharitri Odia News.

ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା
ପାଟନା,୧୬ା୧୨: ବିହାରର ମୁଜାଫରପୁରରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଲୋକେ ଲୋକେ ପିଟି ମାରିଦେଇଛନ୍ତି। ଅଭିଯୁକ୍ତ ଶମ୍ଭୁ ଶାହନି ନିଜ ଭୁଲ୍‌ ପାଇଁ ବାରମ୍ବାର କ୍ଷମା ମାଗିବା ସତ୍ତ୍ୱେ ତାଙ୍କ କଥା କେହି ଶୁଣି ନ ଥିଲେ। ତାଙ୍କ ଗୋଡ଼କୁ ଏକ ଅଟୋରେ ଓ ହାତକୁ ଦଉଡ଼ିରେ ବାନ୍ଧି ପିଟି ଚାଲିଥିଲେ। ଶମ୍ଭୁ ଜାଡ଼ ଓ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ଦେଖଣାହାରି ସାଜିଥିଲେ। ଏପରି କି କେତେଜଣ ଲୋକ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରୁଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଏକ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜଧାନୀ ପାଟନାରୁ ୭୦ କି.ମି. ଦୂର ମୁଜାଫରପୁରସ୍ଥିତ ରାଜଖଣ୍ଡ ଉତ୍ତର ପଞ୍ଚାୟତର ୟୋଗିୟା ଗ୍ରାମରେ ଏହି ବର୍ବର କାଣ୍ଡ ଘଟିଛି। ଟ୍ରାକ୍ଟର ଚୋରିରେ ଶମ୍ଭୁଙ୍କ ସହ ଅନ୍ୟ ୩ ଜଣ ଯୁବକ ସାମିଲ ଥିଲେ। କିନ୍ତୁ ଶମ୍ଭୁ ଧରାପଡ଼ିବା ପରେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ଲୋକେ ଶମ୍ଭୁଙ୍କୁ ପିଟିବାବେଳେ ତାଙ୍କ ଚିତ୍କାର ଶୁଣି ଟ୍ରାକ୍ଟର ମାଲିକ ଗଙ୍ଗା ଶାହନି ନିଦରୁ ଉଠିପଡ଼ିଥିଲେ। ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗଙ୍ଗା ଓ ତାଙ୍କ ପୁତୁରା ପୁକାର ଶାହନିଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା କହିଛି।

The post ଟ୍ରାକ୍ଟର ଚୋରି ଅଭିଯୋଗ: ରାତି ସାରା ପିଟି ହତ୍ୟା appeared first on Dharitri Odia News.