ନିଜ ଘରେ ନିଆଁ ଲଗାଇଲେ ମହିଳା, ତା’ପରେ ଯାହା ଘଟିଲା…
ବାଲିଗୁଡ଼ା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ବାମୀ ଏବଂ ପୁଅର ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏଭଳିସ୍ଥିତିରେ ସେ ଘରେ ନିଆଁ ଲଗାଇ ଦାଣ୍ଡ […] The post ନିଜ ଘରେ ନିଆଁ ଲଗାଇଲେ ମହିଳା, ତା’ପରେ ଯାହା ଘଟିଲା… appeared first on Dharitri Odia News.
ବାଲିଗୁଡ଼ା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ଘଟଣାରୁ ପ୍ରକାଶ ଯେ, ସୁନାପାଙ୍ଗା ବାସିନ୍ଦା ବାସନ୍ତୀ ଶତପଥିଙ୍କ ସ୍ବାମୀ ଏବଂ ପୁଅର ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏଭଳିସ୍ଥିତିରେ ସେ ଘରେ ନିଆଁ ଲଗାଇ ଦାଣ୍ଡ ପଟେ ତାଲା ପକାଇ କେଉଁ ଆଡେ ଚାଲିଯାଇଥିଲେ l ନିଆଁ ଲାଗିବାର କିଛି ସମୟ ପରେ ଘରୁ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l
The post ନିଜ ଘରେ ନିଆଁ ଲଗାଇଲେ ମହିଳା, ତା’ପରେ ଯାହା ଘଟିଲା… appeared first on Dharitri Odia News.