କୋଲକତା ଏୟାପୋର୍ଟରେ ଦୁଇ ବିମାନ ମହାଁମୁହିଁ, ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ
ମୁମ୍ଵାଇ ୨୮।୦୩: ବୁଧବାର କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଛି। ଏହି ଦୁର୍ଘଟଣାରେ ୩୦୦ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ଦୁଇଟି ବିମାନ ଏକାସାଙ୍ଗରେ ରନୱେରେ ପହଞ୍ଚିଥିଲେ । ଏହି ସମୟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ଉଭୟ ବିମାନର ଡେଣା ପରସ୍ପର ସହ ମୁହାଁମୁହିଁ ହୋଇଥିଲା। ଏହି ଘଟଣା ପରେ କୋଲକାତା ବିମାନବନ୍ଦର ପରିସରରେ ହଇଚଇ ଖେଳିଯାଇଥିଲା। ଉଭୟ ବିମାନର ଯାତ୍ରୀମାନଙ୍କୁ ପ୍ରଥମେ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଯାହା ପରେ ସମସ୍ତଙ୍କୁ ଅନ୍ୟ ବିମାନରେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା ହେଲା। ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ IX 1866 ସକାଳ ପ୍ରାୟ ୧୦.୪୦ ସମୟରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବାର ଥିଲା। ବିମାନରେ ୧୬୩ ଜଣ ଯାତ୍ରୀ ବସିଥିଲେ। ବିମାନଟି ରନୱେ ଆଡକୁ ଯାଉଥିଲା। ଏହି ସମୟରେ, ଇଣ୍ଡିଗୋ ବିମାନ ସିକ୍ସ E6152 କୋଲକାତା ରୁ ଦରଭଙ୍ଗା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା । ସେହି ବିମାନରେ ୧୪୯ ଜଣ ଯାତ୍ରୀ ବସିଛନ୍ତି। କିନ୍ତୁ କିଛି ସମୟ ପରେ ରନୱେରେ ଉଭୟ ବିମାନର ଡେଣା ଧକ୍କା ହୋଇଥିଲା। The wingtip of a taxiing aircraft of another airline grazed one of our aircraft, which was stationary and awaiting clearance to enter the runway at Kolkata for a scheduled operation to Chennai. The
ମୁମ୍ଵାଇ ୨୮।୦୩: ବୁଧବାର କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଛି। ଏହି ଦୁର୍ଘଟଣାରେ ୩୦୦ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ଦୁଇଟି ବିମାନ ଏକାସାଙ୍ଗରେ ରନୱେରେ ପହଞ୍ଚିଥିଲେ । ଏହି ସମୟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ଉଭୟ ବିମାନର ଡେଣା ପରସ୍ପର ସହ ମୁହାଁମୁହିଁ ହୋଇଥିଲା। ଏହି ଘଟଣା ପରେ କୋଲକାତା ବିମାନବନ୍ଦର ପରିସରରେ ହଇଚଇ ଖେଳିଯାଇଥିଲା। ଉଭୟ ବିମାନର ଯାତ୍ରୀମାନଙ୍କୁ ପ୍ରଥମେ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଯାହା ପରେ ସମସ୍ତଙ୍କୁ ଅନ୍ୟ ବିମାନରେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା ହେଲା।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ IX 1866 ସକାଳ ପ୍ରାୟ ୧୦.୪୦ ସମୟରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବାର ଥିଲା। ବିମାନରେ ୧୬୩ ଜଣ ଯାତ୍ରୀ ବସିଥିଲେ। ବିମାନଟି ରନୱେ ଆଡକୁ ଯାଉଥିଲା। ଏହି ସମୟରେ, ଇଣ୍ଡିଗୋ ବିମାନ ସିକ୍ସ E6152 କୋଲକାତା ରୁ ଦରଭଙ୍ଗା ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା । ସେହି ବିମାନରେ ୧୪୯ ଜଣ ଯାତ୍ରୀ ବସିଛନ୍ତି। କିନ୍ତୁ କିଛି ସମୟ ପରେ ରନୱେରେ ଉଭୟ ବିମାନର ଡେଣା ଧକ୍କା ହୋଇଥିଲା।
The wingtip of a taxiing aircraft of another airline grazed one of our aircraft, which was stationary and awaiting clearance to enter the runway at Kolkata for a scheduled operation to Chennai. The aircraft has since returned to the bay and further investigation is underway, for… pic.twitter.com/vQgcC2vrD1— ANI (@ANI) March 27, 2024
ଅଲଫା ୱାନ ସାମ୍ନାରେ ଉଭୟ ବିମାନର ଡେଣାର ଧକ୍କା ହେତୁ ଏହି ଦୁର୍ଘଟଣା ଘଟିଛି। ଉଭୟ ବିମାନ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଉଭୟ ବିମାନ ନଷ୍ଟ ହୋଇଯାଇଥିବା ଡେଣା ଯୋଗୁଁ ଉଡ଼ିବାରେ ସକ୍ଷମ ନୁହଁନ୍ତି। ଦୁର୍ଘଟଣାଗ୍ରସ୍ତ ଉଭୟ ବିମାନର ମରାମତି କରାଯାଉଛି। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ପୂରା ଘଟଣା ଡିଜିସିଏକୁ ପୂର୍ବରୁ ଜଣାଯାଇଛି। ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଛି। ଦୁର୍ଘଟଣାରେ ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ଏବଂ ବିଳମ୍ବ ପାଇଁ ବିମାନ ସେବା କ୍ଷମା ପ୍ରାର୍ଥନା କରିଛି।