କୋଲକାତା ମାମଲାରେ ସନ୍ଦୀପ ଘୋଷଙ୍କ ପରେ ବଢିଲା IICଙ୍କ ମୁସ୍କିଲ, ୧୭ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ
କୋଲକାତା: ଆରଜି କର ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପରେ ଥାନା ଆଇଆଇସି ଅଭିଜିତ ମଣ୍ଡଳଙ୍କ ମୁସ୍କିଲ ବଢିବାରେ ଲାଗିଛି। ଉଭୟଙ୍କୁ କୋଲକାତାର ଏକ ଅଦାଲତ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ପଠାଇଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି, ଆମକୁ ତିନି ଦିନ ପାଇଁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଏବେ ଦୁହିଁଙ୍କୁ ଏକ ସଙ୍ଗେ ଜେରା କରିବୁ। ଉଭୟ ଆରଜି କରି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ।Also read: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଆନ୍ନା ହଜାରେ, ଜାଣନ୍ତୁ କହିଲେ କ’ଣ?ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ସନ୍ଧ୍ୟାରେ ଆଇଆଇସି ଅଭିଜିତ ମଣ୍ଡଳକୁ ଗିରଫ କରିଥିଲା। ପ୍ରମାଣ ନଷ୍ଟରେ ସନ୍ଦୀପଙ୍କ ସଂପୃକ୍ତି ଥିବା ସିବିଆଇର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। ଏଥିସହ ହସ୍ପିଟାଲରେ ବେଆଇନ ଅର୍ଥ କାରବାର ମାମଲାରେ ସନ୍ଦୀପ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଅଧିକାରୀ କହିଛନ୍ତି, ଆଇଆଇସି ମଣ୍ଡଲ ମଧ୍ୟ ପ୍ରମାଣ ନଷ୍ଟ କରିବା, ଏଫଆଇଆର ରୁଜୁ କରିବାରେ ବିଳମ୍ବ ଏବଂ ଅନ୍ୟ ସମ୍ବନ୍ଧିତ ଅପରାଧର ଅଭିଯୁକ୍ତ। ତାଲା ଥାନା ଆଇଆଇସିଙ୍କୁ କାହିଁକି ଗିରଫ କରାଗଲାଶନିବାର ସିବିଆଇ ଅଧିକାରୀଙ୍କ ଦ୍ଵାରା ଜେରା ସମୟରେ ଆଇଆଇସି ଅଭିଜିତ ମଣ୍ଡଳ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ରହିବା ପରେ ତାଙ୍କୁ ଗିରଫ କରାଯା
କୋଲକାତା: ଆରଜି କର ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପରେ ଥାନା ଆଇଆଇସି ଅଭିଜିତ ମଣ୍ଡଳଙ୍କ ମୁସ୍କିଲ ବଢିବାରେ ଲାଗିଛି। ଉଭୟଙ୍କୁ କୋଲକାତାର ଏକ ଅଦାଲତ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ପଠାଇଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି, ଆମକୁ ତିନି ଦିନ ପାଇଁ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଏବେ ଦୁହିଁଙ୍କୁ ଏକ ସଙ୍ଗେ ଜେରା କରିବୁ। ଉଭୟ ଆରଜି କରି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ।
Also read: ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ଆନ୍ନା ହଜାରେ, ଜାଣନ୍ତୁ କହିଲେ କ’ଣ?
ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ସନ୍ଧ୍ୟାରେ ଆଇଆଇସି ଅଭିଜିତ ମଣ୍ଡଳକୁ ଗିରଫ କରିଥିଲା। ପ୍ରମାଣ ନଷ୍ଟରେ ସନ୍ଦୀପଙ୍କ ସଂପୃକ୍ତି ଥିବା ସିବିଆଇର ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। ଏଥିସହ ହସ୍ପିଟାଲରେ ବେଆଇନ ଅର୍ଥ କାରବାର ମାମଲାରେ ସନ୍ଦୀପ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଅଧିକାରୀ କହିଛନ୍ତି, ଆଇଆଇସି ମଣ୍ଡଲ ମଧ୍ୟ ପ୍ରମାଣ ନଷ୍ଟ କରିବା, ଏଫଆଇଆର ରୁଜୁ କରିବାରେ ବିଳମ୍ବ ଏବଂ ଅନ୍ୟ ସମ୍ବନ୍ଧିତ ଅପରାଧର ଅଭିଯୁକ୍ତ।
ତାଲା ଥାନା ଆଇଆଇସିଙ୍କୁ କାହିଁକି ଗିରଫ କରାଗଲା
ଶନିବାର ସିବିଆଇ ଅଧିକାରୀଙ୍କ ଦ୍ଵାରା ଜେରା ସମୟରେ ଆଇଆଇସି ଅଭିଜିତ ମଣ୍ଡଳ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସିବିଆଇ ଅଦାଲତରେ ଜଣାଇଛି ଯେ, ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ଥାଇପାରେ। ଘୋଷ ଓ ମଣ୍ଡଳ ଏହି ଅପରାଧକୁ ଚାପିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଣ୍ଡଳଙ୍କୁ ମହିଳା ଡାକ୍ତରଙ୍କ ମୃତ୍ୟୁ ବିଷୟରେ ଅଗଷ୍ଟ ୯ ତାରିଖ ସକାଳ ପ୍ରାୟ ୧୦ଟାରେ ଖବର ଦିଆଯାଇଥିଲା। ମାତ୍ର ଏଫଆଇଆର ରାତି ୧୧ଟାରେ ରୁଜୁ କରାଗଲା।
ଯାଞ୍ଚ ଏଜେନ୍ସି ଅଦାଲତରେ କହିଛନ୍ତି, ଦୁହେଁ ଘଟଣାକୁ ଦୁର୍ବଳ ଦେଖାଇବା ସହିତ ଜଘନ୍ୟ ଅପରାଧ ଉପରେ ପରଦା ପକାଇବାକୁ ଉଦ୍ୟମ କରିଥିଲେ। ଏହା ଦୁଷ୍କର୍ମ ଓ ହତ୍ୟା ଘଟଣା ହୋଇଥିବାରୁ ପୋଲିସକୁ ନିଜ ଆଡ଼ୁ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିବାର ଥିଲା। ମାତ୍ର ଆଇଆଇସି ସନ୍ଦୀପ ଘୋଷ ଏଥିରେ ଘୋର ଅବହେଳା କରି ମାମଲାକୁ ଚପାଇବାକୁ ଉଦ୍ୟମ କରିଥିବା ସିବିଆଇ କୋର୍ଟରେ କହିଛି। ଉଲ୍ଲେଖନୀୟ ମହିଳା ଡାକ୍ତରଙ୍କ ମୃତଦେହ ଅଗଷ୍ଟ ୯ ତାରିଖରେ ହସ୍ପିଟାଲ୍ର ସେମିନାର ହଲ୍ରେ ମିଳିଥିଲା। ଏହି ଜଘନ୍ୟ ଘଟଣାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।