ଯାହା ଚର୍ଚ୍ଚା ହେଉ ଥିଲା , ତାହା ହିଁ ବାହାରିଲା କାରଣ : ରାଜା ରଘୁବଂଶୀଙ୍କ ହତ୍ୟା ନେଇ ସୋନମ କଲା ସ୍ୱୀକାର

ନୂଆଦିଲ୍ଲୀ : ବିବାହର ୧୫ ଦିନ ଭିତରେ ନିଜର ସୁହାଗ ସିନ୍ଦୂରକୁ ନିଜ ହାତରେ ଉଡ଼ାଜିବାର ଅଭିଯୋଗ ସୋନମ ରଘୁବଂଶୀ ଓ ତାର ପ୍ରେମିକ ରାଜ୍ ଏବେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ମେଘାଳୟରେ ପୁଲିସ ସହ ପଚାରପଚରିରେ ସୋନମ ରାଜାଙ୍କର ହତ୍ୟାର କାରଣରୁ ନେଇ ସେହି କଥା କହିଛି, ଯାହାର ଗତ ଅନେକ ଦିନରୁ ଚର୍ଚ୍ଚା ଥିଲା। ସୋନମଙ୍କର କହିବାନୁସାରେ ତାଙ୍କର ବିବାହ  ଇଚ୍ଛା ବିରୁଦ୍ଧରେ କରାଯାଇ ଥିଲା ଏବଂ ତାକୁ ଏହା ଅସହ୍ୟ ହୋଇଥିଲା।ସୋନମ ଓ ରାଜ୍ ବ୍ୟତୀତ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ପଚରାପଚରି ପରେ ପୁଲିସ କହିଛି ଯେ, ରାଜର ହତ୍ୟା ୪ର୍ଥ ପ୍ରୟାସରେ ସଫଳ ହୋଇ ପାରିଥିଲା। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କର ହତ୍ୟାକାଣ୍ଡର ଅପରାଧ ସବୁ ଅଭିଯୁକ୍ତ ସ୍ୱୀକାର କରି ସାରିଛନ୍ତି। ଇଷ୍ଟ ଖାସି ହିଲ୍ସର ଏସପି ବିବେକ ସାୟମଙ୍କ ମୁକାବିକ ସୋନମ ରଘୁବଂଶୀ ହତ୍ୟାକାଣ୍ଡର କାରଣକୁ ନେଇ କହିଛି , ତାର ପରିବାର ତା ଉପରେ ବାହାଘର ପାଇଁ ଚାପ ପକାଇ ଥିଲେ। ଅଧିକାରୀ କହିଛନ୍ତି , ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇସାରିଛି ଯେ , ଏହି ଲଭ୍‌ ଆଙ୍ଗଲ୍‌ର ମାମଲା । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ କୁଶୱାହା ଏହାର ମାଷ୍ଟରମାଇଣ୍ଡ।ସୋନମ ଓ ରାଜାଙ୍କର ୧୧ ମେ’ରେ ବିବାହ ହୋଇଥିଲା। ପଚରାପଚରିରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ରାଜାଙ୍କର ହତ୍ୟାର ପ୍ଲାନ ବିବାହ ପରେ ନୁହେଁ ପୂର୍ବରୁ ହିଁ କରାଯାଇ ଥିଲା। ସୋନମ ହତ୍ୟାର ପ୍ଲାନ୍‌ ସହ ହିଁ ରାଜ

ଯାହା ଚର୍ଚ୍ଚା ହେଉ ଥିଲା , ତାହା ହିଁ ବାହାରିଲା କାରଣ : ରାଜା ରଘୁବଂଶୀଙ୍କ ହତ୍ୟା ନେଇ ସୋନମ କଲା ସ୍ୱୀକାର

ନୂଆଦିଲ୍ଲୀ : ବିବାହର ୧୫ ଦିନ ଭିତରେ ନିଜର ସୁହାଗ ସିନ୍ଦୂରକୁ ନିଜ ହାତରେ ଉଡ଼ାଜିବାର ଅଭିଯୋଗ ସୋନମ ରଘୁବଂଶୀ ଓ ତାର ପ୍ରେମିକ ରାଜ୍ ଏବେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ମେଘାଳୟରେ ପୁଲିସ ସହ ପଚାରପଚରିରେ ସୋନମ ରାଜାଙ୍କର ହତ୍ୟାର କାରଣରୁ ନେଇ ସେହି କଥା କହିଛି, ଯାହାର ଗତ ଅନେକ ଦିନରୁ ଚର୍ଚ୍ଚା ଥିଲା। ସୋନମଙ୍କର କହିବାନୁସାରେ ତାଙ୍କର ବିବାହ  ଇଚ୍ଛା ବିରୁଦ୍ଧରେ କରାଯାଇ ଥିଲା ଏବଂ ତାକୁ ଏହା ଅସହ୍ୟ ହୋଇଥିଲା।

ସୋନମ ଓ ରାଜ୍ ବ୍ୟତୀତ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ପଚରାପଚରି ପରେ ପୁଲିସ କହିଛି ଯେ, ରାଜର ହତ୍ୟା ୪ର୍ଥ ପ୍ରୟାସରେ ସଫଳ ହୋଇ ପାରିଥିଲା। ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କର ହତ୍ୟାକାଣ୍ଡର ଅପରାଧ ସବୁ ଅଭିଯୁକ୍ତ ସ୍ୱୀକାର କରି ସାରିଛନ୍ତି। 

ଇଷ୍ଟ ଖାସି ହିଲ୍ସର ଏସପି ବିବେକ ସାୟମଙ୍କ ମୁକାବିକ ସୋନମ ରଘୁବଂଶୀ ହତ୍ୟାକାଣ୍ଡର କାରଣକୁ ନେଇ କହିଛି , ତାର ପରିବାର ତା ଉପରେ ବାହାଘର ପାଇଁ ଚାପ ପକାଇ ଥିଲେ। ଅଧିକାରୀ କହିଛନ୍ତି , ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇସାରିଛି ଯେ , ଏହି ଲଭ୍‌ ଆଙ୍ଗଲ୍‌ର ମାମଲା । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ କୁଶୱାହା ଏହାର ମାଷ୍ଟରମାଇଣ୍ଡ।

ସୋନମ ଓ ରାଜାଙ୍କର ୧୧ ମେ’ରେ ବିବାହ ହୋଇଥିଲା। ପଚରାପଚରିରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ରାଜାଙ୍କର ହତ୍ୟାର ପ୍ଲାନ ବିବାହ ପରେ ନୁହେଁ ପୂର୍ବରୁ ହିଁ କରାଯାଇ ଥିଲା। ସୋନମ ହତ୍ୟାର ପ୍ଲାନ୍‌ ସହ ହିଁ ରାଜାଙ୍କୁ ନେଇ ଶିଲଂରେ ପହଞ୍ଚି ଥିଲା। ଏଠାରେ ୨୩ ମେ’ରେ ଉଭୟ ନିଖୋଜ ହୋଇଗଲେ। ପରେ ୨ ଜୁନରେ ରାଜାଙ୍କର ମୃତଦେହ ଏକ ଖାଇରେ ମିଳିଲା , ଯେବେ ବି ସୋନମ ୯ ମେ’ରେ ୟୁପିର ଗାଜିପୁରରେ ଗିରଫ କରାଯାଇ ଥିଲା।

ସୋନମଙ୍କ ପରିବାର ରାଜ  ସହ ତାର ସଂପର୍କ ଓ ଜବରଦସ୍ତ ବିବାହ କଥାକୁ ମନା କରିଥିଲେ। ରାଜ୍‌ ଓ ସୋନମଙ୍କର ଆରେଞ୍ଜ ମ୍ୟାରେଜ୍‌ ଥିଲା। ଉଭୟ ମାଙ୍ଗଳିକ ଥିଲେ ଏବଂ ସଂପ୍ରଦାୟର ଏକ ବୁକଲେଟ୍‌ରେ ରେଜିଷ୍ଟ୍ରେସନ ପରେ ଉଭୟଙ୍କର କୁଣ୍ଡଳୀ ମେଳକ ହୋଇଥିଲା। ଏବେସୁଦ୍ଧା ସାମ୍ନାକୁ ଆସିଛି ଯେ, ସୋନମ ଠାରୁ ବୟସରେ ୩ ବର୍ଷ ସାନ ରାଜ ସହ ତାର ପ୍ରେମ ସଂପର୍କ ଥିଲା। ରାଜ ତାର ଭାଇର ଫ୍ୟାକ୍ଟ୍ରିର ଜଣେ କର୍ମଚାରୀ ।