ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା
ଲାଠୋର,୨୬।୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବେହେରା ପାଣି ଗ୍ରାମର ଜଣେ ମହିଳା ଶୋଇବା ଘରେ ବେକରେ ଦଉଡ଼ି ଦେଇ ଶନିବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବନଲତା ବରିହା(୩୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ମିଳିଥିବା ସୂଚନା ମୁତାବକ, ଖପ୍ରାଖୋଲ ଥାନା ଅଧୀନ ବାଘଝରଣ ଗ୍ରାମର ସୋନୁ ବରିହାଙ୍କ ଝିଅ ବନଳତା ଲାଠୋର ଥାନା ଅଧୀନ ବେହେରାପାଣି ଗ୍ରାମର ଲଛମନ ବାରିହାଙ୍କ ପୁଅ […] The post ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା appeared first on Dharitri Odia News.
ଲାଠୋର,୨୬।୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବେହେରା ପାଣି ଗ୍ରାମର ଜଣେ ମହିଳା ଶୋଇବା ଘରେ ବେକରେ ଦଉଡ଼ି ଦେଇ ଶନିବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବନଲତା ବରିହା(୩୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
ମିଳିଥିବା ସୂଚନା ମୁତାବକ, ଖପ୍ରାଖୋଲ ଥାନା ଅଧୀନ ବାଘଝରଣ ଗ୍ରାମର ସୋନୁ ବରିହାଙ୍କ ଝିଅ ବନଳତା ଲାଠୋର ଥାନା ଅଧୀନ ବେହେରାପାଣି ଗ୍ରାମର ଲଛମନ ବାରିହାଙ୍କ ପୁଅ ହେମନ୍ତ ବରିହାଙ୍କୁ ୮ ବର୍ଷ ତଳେ ବିବାହ କରିଥିଲେ।
ବିବାହର କିଛି ଦିନ ପରେ ବନଲତା ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ସ୍ବାମୀ ତାଙ୍କର ଚିକିତ୍ସା କରୁଥିଲେ । ହେଲେ ଶନିବାର ଶ୍ୱଶୁର ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ବାମୀ ଜଙ୍ଗଲକୁ ଯାଇଥିଲେ। ଘରେ ଶାଶୁ ଏବଂ ନଣନ୍ଦ ଥିଲେ l ଏହାର ସୁଯୋଗ ନେଇ ବନଳତା ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।
ମଧ୍ୟାହ୍ନରେ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣି ବାପା ଘର ଲୋକଙ୍କୁ ଖବର ଦେଇଥିଲେ। ବାପ ଘର ଲୋକ ଆସି ଦେଖିଲା ପରେ ଉଭୟ ପରିବାର ରବିବାର ଲାଠୋର ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ ପରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୫) ରୁଜୁ କରି ମୃତଦେହ ଜବତ କରି ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ରାକେଶ ବେହେରା କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା appeared first on Dharitri Odia News.