ସୁଡ଼ଙ୍ଗ ନେଇ ସର୍ଭେ ହେବ – ଆଇନ ମନ୍ତ୍ରୀ
ପୁରୀ : ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଘର ଭିତରେ ସୁଡ଼ଙ୍ଗ ଆଚି କି ନାହିଁ ମାଟି ଖୋଳି ସର୍ଭେ ହେବ ବୋଲି ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହେବ । ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ […]

ପୁରୀ : ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଘର ଭିତରେ ସୁଡ଼ଙ୍ଗ ଆଚି କି ନାହିଁ ମାଟି ଖୋଳି ସର୍ଭେ ହେବ ବୋଲି ସୋମବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସେ ନେଇ ସର୍ଭେ ହେବ । ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୧୯୭୮ ମସିହା ଡାଟାବେସ ଅନୁଯାୟୀ ଅଳଙ୍କାର ମେଳ କରାଯିବ। ରତ୍ନ ଭଣ୍ଡାର ବାକ୍ସ ଗୁଡିକୁ ସ୍ଥାନାନ୍ତରୀକରଣ ସରିଛି । ଏବେ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏହାପରେ ସୁଡ଼ଙ୍ଗ ନେଇ ମାଟି ତଳେ ସର୍ଭେ କରାଯିବ ।