କୋଇଲା ବୋଝେଇ ଟ୍ରେନ ଓ୍ବାଗନରେ ଲାଗିଲା ନିଆଁ, ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ

ଝାରସୁଗୁଡ଼ା: କୋଇଲା ବୋଝେଇ ଟ୍ରେନ ଓ୍ବାଗନରେ ଲାଗିଲା ନିଆଁ। ଘଟଣା ଘଟିଛି ଝାରସୁଗୁଡ଼ା ବେଲପାହାଡ଼ ନିକଟରେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିବାବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ BOCMର ୨ ନମ୍ବର ମାଇନ୍ସରୁ କୋଇଲା ବୋଝେଇ ମାଲବାହୀ ଟ୍ରେନ ରାୟପୁର ବାହାରିଥିଲା। ହେଲେ ବେଲପାହାଡ଼ ଫାଟକ ନିକଟରେ ଦୁଇଟି ଓ୍ବାଗନରେ ଥିବା କୋଇଲା ଜଳୁଥିବା ଜାଣିବା ପରେ ଡ୍ରାଇଭର ଟ୍ରେନ ଅଟକାଇ ନିକଟସ୍ଥ ଷ୍ଟେସନକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରୀ ରହିଛି। ତେବେ ବଗିରେ ଲାଗିଥିବା ନିଆଁର କାରଣ ଜଣାପଡ଼ିନାହିଁ।

କୋଇଲା ବୋଝେଇ ଟ୍ରେନ ଓ୍ବାଗନରେ ଲାଗିଲା ନିଆଁ, ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ

ଝାରସୁଗୁଡ଼ା: କୋଇଲା ବୋଝେଇ ଟ୍ରେନ ଓ୍ବାଗନରେ ଲାଗିଲା ନିଆଁ। ଘଟଣା ଘଟିଛି ଝାରସୁଗୁଡ଼ା ବେଲପାହାଡ଼ ନିକଟରେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିବାବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ BOCMର ୨ ନମ୍ବର ମାଇନ୍ସରୁ କୋଇଲା ବୋଝେଇ ମାଲବାହୀ ଟ୍ରେନ ରାୟପୁର ବାହାରିଥିଲା। ହେଲେ ବେଲପାହାଡ଼ ଫାଟକ ନିକଟରେ ଦୁଇଟି ଓ୍ବାଗନରେ ଥିବା କୋଇଲା ଜଳୁଥିବା ଜାଣିବା ପରେ ଡ୍ରାଇଭର ଟ୍ରେନ ଅଟକାଇ ନିକଟସ୍ଥ ଷ୍ଟେସନକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରୀ ରହିଛି। ତେବେ ବଗିରେ ଲାଗିଥିବା ନିଆଁର କାରଣ ଜଣାପଡ଼ିନାହିଁ।