ଘରୋଇ କଳହର କରୁଣ ପରିଣତି, ବିବାହର କିଛି ଘଣ୍ଟା ପରେ ସ୍ତ୍ରୀକୁ ମାରିଲା ସ୍ୱାମୀ
କର୍ଣ୍ଣାଟକ ୦୮/୦୮: କିଛି ଘଣ୍ଟା ତଳେ ହୋଇଥିଲା ବିବାହ । ହେଲେ ନିମିଷକେ ମାଟିରେ ମିଶିଗଲା ଖୁସି । ବିବାହର କିଛି ସମୟ ପରେ ସ୍ତ୍ରୀକୁ ମାରିଲା ସ୍ୱାମୀ । ସେପଟେ ସ୍ତ୍ରୀର ମୃତ୍ୟୁ ପରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ୱାମୀ । ବୁଧବାର ଦିନ କର୍ଣ୍ଣାଟକ ଚାମ୍ବରସାନାହଲ୍ଲୀ ଗ୍ରାମରେ ଆଣ୍ଡରସନପେଟ କେଜିଏଫର ପୋଲିସ ଥାନା ଅଞ୍ଚଳରେ ସଂଧ୍ୟା ପ୍ରାୟ ୬ ଟାରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ୧୯ ବର୍ଷିୟା ଲିକିଥା । ତାଙ୍କ ସ୍ୱାମୀ ହେଉଛନ୍ତି ୨୭ ବର୍ଷୀୟ ନବୀନ । କେଜିଏଫ୍ ଏସପି ଶାନ୍ତାରାଜୁଙ୍କ ଅନୁଯାୟୀ, ଦମ୍ପତ୍ତି ସକାଳେ ଚାମ୍ବରସାନାହଲ୍ଲୀ ଗାଁର କଲ୍ୟାଣ ମଣ୍ଡପରେ ବିବାହ କରିଥିଲେ । ବିବାହ ପରେ ଦମ୍ପତ୍ତି ନିଜ ସମ୍ପର୍କୀୟଙ୍କ ସହ କିଛି ସମୟ ବିତାଇଥିଲେ । ପରେ ସଂଧ୍ୟାରେ ଉଭୟ ଫ୍ରେସ ହେବାପାଇଁ ନବୀନ, ଲିକିଥାଙ୍କୁ ତାଙ୍କ ସଂପର୍କୀୟଙ୍କ ଘରକୁ ନେଇଥିଲେ । ନବୀନଙ୍କ ଭାଣିଜୀ ଫ୍ରେସ ହେବା ପାଇଁ ଦମ୍ପତ୍ତିଙ୍କୁ ଗୋଟିଏ ଘରେ ଛାଡି ବାହାରକୁ ଚାଲିଆସିଥିଲେ । ପରେ ନବୀନ ଘର ଭିତରୁ ଲକ୍ କରିଥିଲେ । କିଛି ମିନିଟ୍ ପରେ, ନବୀନଙ୍କ ଭାଣେଜୀ କୋଠରୀରୁ କିଛି ଚିତ୍କାର ଶୁଣିଥିଲେ । ଝରକା ଖୋଲି ଦେଇ ଦେଖିବାରୁ ଜଣାପଡିଥିଲା କି ନବୀନ ଛୁରୀ ଧରି ଲିକିଥାଙ୍କ ଉପରେ ଆକ୍ରମଣ କରୁଛନ୍ତି । ସଂଗେ ସଂଗେ ଭାଣିଜୀ ଆଲାର୍ମ ଲଗାଇ ଲିକିଥାଙ୍କ ପିତାମାତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସବୁ ବୃଥା ହୋଇଥିଲା । ବାବୁ ନାମ
କର୍ଣ୍ଣାଟକ ୦୮/୦୮: କିଛି ଘଣ୍ଟା ତଳେ ହୋଇଥିଲା ବିବାହ । ହେଲେ ନିମିଷକେ ମାଟିରେ ମିଶିଗଲା ଖୁସି । ବିବାହର କିଛି ସମୟ ପରେ ସ୍ତ୍ରୀକୁ ମାରିଲା ସ୍ୱାମୀ । ସେପଟେ ସ୍ତ୍ରୀର ମୃତ୍ୟୁ ପରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ୱାମୀ । ବୁଧବାର ଦିନ କର୍ଣ୍ଣାଟକ ଚାମ୍ବରସାନାହଲ୍ଲୀ ଗ୍ରାମରେ ଆଣ୍ଡରସନପେଟ କେଜିଏଫର ପୋଲିସ ଥାନା ଅଞ୍ଚଳରେ ସଂଧ୍ୟା ପ୍ରାୟ ୬ ଟାରେ ଏହି ଘଟଣା ଘଟିଛି ।
ମୃତ ମହିଳା ଜଣଙ୍କ ୧୯ ବର୍ଷିୟା ଲିକିଥା । ତାଙ୍କ ସ୍ୱାମୀ ହେଉଛନ୍ତି ୨୭ ବର୍ଷୀୟ ନବୀନ । କେଜିଏଫ୍ ଏସପି ଶାନ୍ତାରାଜୁଙ୍କ ଅନୁଯାୟୀ, ଦମ୍ପତ୍ତି ସକାଳେ ଚାମ୍ବରସାନାହଲ୍ଲୀ ଗାଁର କଲ୍ୟାଣ ମଣ୍ଡପରେ ବିବାହ କରିଥିଲେ । ବିବାହ ପରେ ଦମ୍ପତ୍ତି ନିଜ ସମ୍ପର୍କୀୟଙ୍କ ସହ କିଛି ସମୟ ବିତାଇଥିଲେ । ପରେ ସଂଧ୍ୟାରେ ଉଭୟ ଫ୍ରେସ ହେବାପାଇଁ ନବୀନ, ଲିକିଥାଙ୍କୁ ତାଙ୍କ ସଂପର୍କୀୟଙ୍କ ଘରକୁ ନେଇଥିଲେ । ନବୀନଙ୍କ ଭାଣିଜୀ ଫ୍ରେସ ହେବା ପାଇଁ ଦମ୍ପତ୍ତିଙ୍କୁ ଗୋଟିଏ ଘରେ ଛାଡି ବାହାରକୁ ଚାଲିଆସିଥିଲେ । ପରେ ନବୀନ ଘର ଭିତରୁ ଲକ୍ କରିଥିଲେ ।
କିଛି ମିନିଟ୍ ପରେ, ନବୀନଙ୍କ ଭାଣେଜୀ କୋଠରୀରୁ କିଛି ଚିତ୍କାର ଶୁଣିଥିଲେ । ଝରକା ଖୋଲି ଦେଇ ଦେଖିବାରୁ ଜଣାପଡିଥିଲା କି ନବୀନ ଛୁରୀ ଧରି ଲିକିଥାଙ୍କ ଉପରେ ଆକ୍ରମଣ କରୁଛନ୍ତି । ସଂଗେ ସଂଗେ ଭାଣିଜୀ ଆଲାର୍ମ ଲଗାଇ ଲିକିଥାଙ୍କ ପିତାମାତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସବୁ ବୃଥା ହୋଇଥିଲା । ବାବୁ ନାମକ ଜଣେ ସମ୍ପର୍କୀୟ କବାଟ ଖୋଲିବାକୁ ବାଧ୍ୟ କରି ଲିକିଥାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାବେଳେ ନବୀନ ବି ତଳେ ପଡ଼ି ଛଟପଟ ହେଉଥିଲେ ।
ଏସପି ଶାନ୍ତାରାଜୁ କହିଛନ୍ତି ଯେ ହତ୍ୟା ଘଟଣାର ଉଦ୍ଦେଶ୍ୟ କମ ତାହା ଜଣାପଡିନି । ତେବେ ପ୍ରଶ୍ନ ଉଠୁଛି, ନବୀନ ତାଙ୍କ ମାମୁଁଙ୍କ ଘରୁ କେମିତି ଆଣିଲେ ଛୁରୀ । ଘଟଣାର ସମସ୍ତ ଘଟଣାର ତଦନ୍ତ କରୁଛି ପୋଲିସ । ପୋଲିସ ସୂତ୍ର ଅନୁଯାୟୀ, ନବୀନ ଆଣ୍ଡରସନପେଟରେ ଏକ ବୟନ କେନ୍ଦ୍ର ଚଳାଉଥିବାବେଳେ ଲିକିଥା ତାଙ୍କ ପିୟୁ ପାଠ୍ୟକ୍ରମ ଶେଷ କରିଥିଲେ । ଡିଏସପି ପାଣ୍ଡୁରଙ୍ଗା କହିବା କଥା ବିବାହ ପୂର୍ବରୁ ନବୀନ ସମସ୍ତଙ୍କ ସହ ସମ୍ପର୍କ କାଟିଥିଲେ । ପରେ ନିଜ ଇଚ୍ଛାରେ ଲିକିଥାଙ୍କୁ ବିବାହ କରିଥିଲେ।