କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ରୁପ୍ରା ରୋଡ, ୧୮।୧୨ (ସଞ୍ଜିବ ଦାସ): କଳାହାଣ୍ଡି ଜିଲା ରୁପ୍ରା ରୋଡ ରେଳ ଷ୍ଟେଶନଠାରେ ସକାଳ ଛଅ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରେନର ଏକ ବଗି ନିଆଁ ଲାଗିଥିବା କାର୍ଯ୍ୟରତ ରେଳ ବିଭାଗ କର୍ମଚାରୀ ଧନମତ ବାଗ ଦେଖିବାକୁ ପାଇଥିଲେ। ଷ୍ଟେଶନ ମାଷ୍ଟର ତ୍ରିଲୋଚନ ସାହୁଙ୍କୁ ଖବର ଦେଇଥିଲେ। ତୁରନ୍ତ ନର୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଷ୍ଟେଶନ ମ୍ୟାନେଜର ଧ୍ୟାବେଳେଶ୍ବର ମାଝୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମାଲ […] The post କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ appeared first on Dharitri Odia News.

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ରୁପ୍ରା ରୋଡ, ୧୮।୧୨ (ସଞ୍ଜିବ ଦାସ): କଳାହାଣ୍ଡି ଜିଲା ରୁପ୍ରା ରୋଡ ରେଳ ଷ୍ଟେଶନଠାରେ ସକାଳ ଛଅ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରେନର ଏକ ବଗି ନିଆଁ ଲାଗିଥିବା କାର୍ଯ୍ୟରତ ରେଳ ବିଭାଗ କର୍ମଚାରୀ ଧନମତ ବାଗ ଦେଖିବାକୁ ପାଇଥିଲେ।
ଷ୍ଟେଶନ ମାଷ୍ଟର ତ୍ରିଲୋଚନ ସାହୁଙ୍କୁ ଖବର ଦେଇଥିଲେ। ତୁରନ୍ତ ନର୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଷ୍ଟେଶନ ମ୍ୟାନେଜର ଧ୍ୟାବେଳେଶ୍ବର ମାଝୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମାଲ ବୋଝେଇ ଟ୍ରେନଟି ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଖବର ଲେଖା ପର୍ଯ୍ୟନ୍ତ କେଉଁ କାରଣରୁ ବଗିରେ ନିଆଁ ଲାଗିଥିଲା ତାର କାରଣ ସ୍ପଷ୍ଟ ହୋଇନାହିଁ।

The post କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ appeared first on Dharitri Odia News.