କୋକସରା ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ।
କୋକସରା:୨୦/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ନୂତନ ସିଭିଲ କୋର୍ଟ ପାଇଁ ବୁଧବାର ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ସିଭିଲ କୋର୍ଟ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସି ମାଧ୍ୟମରେ ରେ କଟକ ଠାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧାରି ଶରନ ସିଂ କରିଛନ୍ତି। ଏହି କମିଟି ରେ ଅଧ୍ୟକ୍ଷ କୋଠା ନିର୍ମାଣ କମିଟି ଓଡିଶା ହାଇକୋର୍ଟ ଡ଼.ଜଷ୍ଟିସ ବି.ଆର ଷଢଙ୍ଗୀ,ଓଡିଶା ହାଇକୋର୍ଟ ଜଷ୍ଟିସ ଓ ପ୍ରଶାସନିକ ବିଚାରପତି କଳାହାଣ୍ଡି ଶ୍ରୀ […] The post କୋକସରା ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ। appeared first on Odisha.News.

କୋକସରା:୨୦/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଠାରେ ନୂତନ ସିଭିଲ କୋର୍ଟ ପାଇଁ ବୁଧବାର ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ସିଭିଲ କୋର୍ଟ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସି ମାଧ୍ୟମରେ ରେ କଟକ ଠାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧାରି ଶରନ ସିଂ କରିଛନ୍ତି। ଏହି କମିଟି ରେ ଅଧ୍ୟକ୍ଷ କୋଠା ନିର୍ମାଣ କମିଟି ଓଡିଶା ହାଇକୋର୍ଟ ଡ଼.ଜଷ୍ଟିସ ବି.ଆର ଷଢଙ୍ଗୀ,ଓଡିଶା ହାଇକୋର୍ଟ ଜଷ୍ଟିସ ଓ ପ୍ରଶାସନିକ ବିଚାରପତି କଳାହାଣ୍ଡି ଶ୍ରୀ ଭି. ନରସିଂହ, ମୁଖ୍ୟ ରେଜିଷ୍ଟାର ଓଡିଶା ହାଇକୋର୍ଟ କଟକ ପ୍ରତାପ କୁମାର ପାତ୍ର ଓ ଅନ୍ୟ ହାଇକୋର୍ଟର ପଦାଧିକାରୀ ଙ୍କ ଉପସ୍ଥିତି ରାଜ୍ୟର ୧୭ ଜିଲ୍ଲାରେ ସିଭିଲ କୋର୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋକସରା ବ୍ଲକ ସିଭିଲ କୋର୍ଟ ଭିତ୍ତିପ୍ରସ୍ତର ଉନ୍ମୋଚନ ଅବସର ରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ,କୋକସରା ଜେଏମଏଫସି କୋର୍ଟ ବିଚାରପତି ଶ୍ରୀମତୀ ରିତିକା ଜେନା ,ରେଜିଷ୍ଟାର ଜିଲ୍ଲା କୋର୍ଟ ଶ୍ରୀଦୀପ ମିଶ୍ର ଙ୍କ ଉପସ୍ଥିତି ରେ କଳାହାଣ୍ଡି ଜିଲ୍ଲା ବିଚାରପତି ଶ୍ରୀ କାନୁନଗୋ ଭିତ୍ତିପ୍ରସ୍ତର ଉନ୍ମୋଚିତ କରିଥିଲେ। କୋକସରା ଠାରେ ନିର୍ମାଣାଧୀନ କୋର୍ଟ କାର୍ଯ୍ୟାଳୟ ପାଇଁ ଓଡିଶା ହାଇକୋର୍ଟ କଟକ ପକ୍ଷରୁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଦାୟିତ୍ୱ ଦିଆଯାଇଛି ଓ ୪ କୋଟି ୧୩ ଲକ୍ଷ ବ୍ୟୟ ଅଟକଳ ରେ ନୂତନ ସିଭିଲ କୋର୍ଟ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅବସର ରେ କୋକସରା ବାର ଆସୋସିଏସନ ର ସଭାପତି ଲକ୍ଷ୍ମୀ କାନ୍ତ ଖମାରି, ସମ୍ପାଦକ ଲକ୍ଷ୍ମୀଧର ମେହେର, ଆଇନଜୀବୀ ଅଜିତ ପଟ୍ଟନାୟକ, ମାନସ ସିଂ, ପ୍ରେମଲାଲ ସିଂ, ମନୋଜ ନାଏକ, ରସିକ ରାଜ ଦୁର୍ଗା, ଲଳିତ ଦାସ, ପ୍ରିୟ ରଞ୍ଜନ ବେହେରା, ପଞ୍ଚାନନ ବେଶ୍ରା,ଜଗା ପଟ୍ଟନାୟକ,ଝୁନା ଦାସ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ, କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ଉପସ୍ଥିତ ଥିଲେ। କୋକସରା, ଆମପାଣି ପୋଲିସ ଅଧିକାରୀ ସମେତ କୋକସରା ଜେଏମଏଫସି କୋର୍ଟ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ବହୁ ପ୍ରତୀକ୍ଷିତ ସିଭିଲ କୋର୍ଟ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଅଞ୍ଚଳ ରେ ଖୁସି ର ଲହରି ଖେଳିଯାଇଛି।
The post କୋକସରା ଠାରେ ସିଭିଲ କୋର୍ଟ ନୂତନ କୋଠା ନିର୍ମାଣ ପାଇଁ ଆଭାସି ରେ ଭିତ୍ତିପ୍ରସ୍ତର ସ୍ଥାପନ। appeared first on Odisha.News.