କୋକସରା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ ।

କଳାହାଣ୍ଡି:୧୬/୦୯ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ କୁ ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସ ର ସହ ପାଳନ କରାଯାଇଛି।କୋକସରା ବିଦ୍ୟୁତ ବିଭାଗ ସେକ୍ସନ ପକ୍ଷରୁ ଜଗତ ନିଅନ୍ତା ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା ଗଡରାମାଲ ସ୍ଥିତ ବିଦ୍ୟୁତ ବିଭାଗ ର ବିଦ୍ୟୁତ ବିତରଣ ଯାନ୍ତ୍ରିକ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପାଳନ କରାଯାଇଛି। ପୁଜକ ସନ୍ତୋଷ କୁମାର ଠାକୁର ଙ୍କ ମନ୍ତ୍ର ଉଚ୍ଚାରଣ ରେ ପ୍ରଭୁ ବିଶ୍ୱକର୍ମା ଙ୍କୁ ଆବାହନ କରିଥିବା ବେଳେ ପୂଜା […] The post କୋକସରା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ । appeared first on Odisha.News.

କୋକସରା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ ।

କଳାହାଣ୍ଡି:୧୬/୦୯
ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ କୁ ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସ ର ସହ ପାଳନ କରାଯାଇଛି।କୋକସରା ବିଦ୍ୟୁତ ବିଭାଗ ସେକ୍ସନ ପକ୍ଷରୁ ଜଗତ ନିଅନ୍ତା ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା ଗଡରାମାଲ ସ୍ଥିତ ବିଦ୍ୟୁତ ବିଭାଗ ର ବିଦ୍ୟୁତ ବିତରଣ ଯାନ୍ତ୍ରିକ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ପାଳନ କରାଯାଇଛି। ପୁଜକ ସନ୍ତୋଷ କୁମାର ଠାକୁର ଙ୍କ ମନ୍ତ୍ର ଉଚ୍ଚାରଣ ରେ ପ୍ରଭୁ ବିଶ୍ୱକର୍ମା ଙ୍କୁ ଆବାହନ କରିଥିବା ବେଳେ ପୂଜା କର୍ତ୍ତା ଭାବେ ରଘୁନାଥ ବିଶି ପୂଜାବିଧି ତୁଲାଇଥିଲେ। କୋକସରା ବିଦ୍ୟୁତ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ ସମେତ ପୂଜା କମିଟି ର ସଭାପତି କ୍ଷୀରାବ୍ଧ ବେହେରା, ସମ୍ପାଦକ ସୌମ୍ୟ ରଞ୍ଜନ ପ୍ରଧାନୀ, ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ସଞ୍ଜୟ ପଟ୍ଟନାୟକ,ସୁବାଷ ଚଣ୍ଡି, ମୁକ୍ତେଶ୍ଵର ନାଗ, ଜୟଲାଲ ନାଏକ,ପପୁ ରାଉତ,ରଜତ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ ରେ ସହଯୋଗ କରିଥିଲେ।

The post କୋକସରା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ । appeared first on Odisha.News.