କୋକସରା ବ୍ଲକ ବିଭିନ୍ନ ଗ୍ରାମ ରେ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

କଳାହାଣ୍ଡି:୧୪/୦୭ ଧର୍ମଗଡ ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଆଜି କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ କୋକସରା ବ୍ଲକ ର ସର୍ଗିଗୁଡା, ନୂଆଗୁଡା,ଡ଼ହଗାଁ,ଝାରବନ୍ଧ,ସାରସମାଲ ଛିଲିପାମାଲ,ଡାଲଗୁମା,ମୂଷାପାଲି ଗ୍ରାମ ରେ ପହଞ୍ଚିଥିବା ବେଳେ ବିଧାୟକ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ପଥପ୍ରାନ୍ତ ସଭା ଆୟୋଜିତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅଞ୍ଚଳ ର ମୌଳିକ ସମସ୍ୟା ଗମନାଗମନ,ଶିକ୍ଷା, […] The post କୋକସରା ବ୍ଲକ ବିଭିନ୍ନ ଗ୍ରାମ ରେ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । appeared first on Odisha.News.

କୋକସରା ବ୍ଲକ ବିଭିନ୍ନ ଗ୍ରାମ ରେ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

କଳାହାଣ୍ଡି:୧୪/୦୭
ଧର୍ମଗଡ ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଆଜି କୋକସରା ବ୍ଲକ ର ବିଭିନ୍ନ ଗ୍ରାମ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ କୋକସରା ବ୍ଲକ ର ସର୍ଗିଗୁଡା, ନୂଆଗୁଡା,ଡ଼ହଗାଁ,ଝାରବନ୍ଧ,ସାରସମାଲ
ଛିଲିପାମାଲ,ଡାଲଗୁମା,ମୂଷାପାଲି ଗ୍ରାମ ରେ ପହଞ୍ଚିଥିବା ବେଳେ ବିଧାୟକ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ପଥପ୍ରାନ୍ତ ସଭା ଆୟୋଜିତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅଞ୍ଚଳ ର ମୌଳିକ ସମସ୍ୟା ଗମନାଗମନ,ଶିକ୍ଷା, ସ୍ୱାସ୍ଥ୍ୟ, ଆଵାସ ଯୋଜନା, ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଅନିୟମିତତା ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ପାଟ୍ଟଯୋଶୀ ବିଜେପି ସରକାର ଲୋକଙ୍କ ସରକାର, ଏଣୁ ଆଗାମୀ ଦିନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ରହିଥିବା ମୌଳିକ ସମସ୍ୟା, ଲୋକଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ଙ୍କ ଫୋକସ ରହିବ ଓ ମୁଁ।ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଅଞ୍ଚଳ ର ସମସ୍ୟା ଉପସ୍ଥାପନ କରି ସମାଧାନ ଦିଗରେ ତତ୍ପର ରହିବି ଓ ଜନ ସାଧାରଣ ଙ୍କ ସହଯୋଗ ରେ ଆମେ ନିଶ୍ଚୟ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିକାଶ କୁ ତ୍ୱରାନ୍ୱିତ କରିବା ବୋଳି କହିଛନ୍ତି। ବିଧାୟକ ଙ୍କ ସହ ବିଜେପି ନେତୃବୃନ୍ଦ ପୂର୍ବତନ ସରପଞ୍ଚ ଖୁଣ୍ଟିଆ ଧର୍ମବ୍ରତ ପଣ୍ଡା ,ଧର୍ମଗଡ ନଗର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ବାଞ୍ଛାନିଧି ଯୋଶୀ, ଜିଲ୍ଲା ଯୁବମୋର୍ଚ୍ଚା ସୁଜିତ ରାଜପୁତ, ମୋଟେର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭୁପେନ୍ଦ୍ର ଗୋପାଳ, ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାପତି ଅପ୍ରେସ ସ୍ୱାଇଁ, ବରିଷ୍ଠ ନେତା ଖଇର ପଦର ମଣ୍ଡଳ ସଭାପତି ଜୟଶଙ୍କର ମୁଣ୍ଡ,ଅମିନ ରଣା,ମଦନ ବୋଡକିଆ ବିଦ୍ୟାଧର ଗୋପାଳ ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post କୋକସରା ବ୍ଲକ ବିଭିନ୍ନ ଗ୍ରାମ ରେ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । appeared first on Odisha.News.