କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ବର୍ଷା ରେ ଭିଜିଲେ ଭକ୍ତ ଓ ଭଗବାନ,ଶାନ୍ତି ଶୃଙ୍ଖଳା ସହ ପାଳିତ।
କଳାହାଣ୍ଡି:୦୭/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଲୀଳାମୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ରବିବାର ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । ସକାଳୁ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ବିଜେ ଓ ଛେରାପହଁରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା। ପରେ ରଥଟଣା ଆରମ୍ଭ ବେଳକୁ ପ୍ରବଳ ବର୍ଷା ସତ୍ତ୍ଵେ ହଜାର ହଜାର ଭକ୍ତଙ୍କ ଗହଣରେ […] The post କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ବର୍ଷା ରେ ଭିଜିଲେ ଭକ୍ତ ଓ ଭଗବାନ,ଶାନ୍ତି ଶୃଙ୍ଖଳା ସହ ପାଳିତ। appeared first on Odisha.News.
କଳାହାଣ୍ଡି:୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଲୀଳାମୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ରବିବାର ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । ସକାଳୁ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ବିଜେ ଓ ଛେରାପହଁରା କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା। ପରେ ରଥଟଣା ଆରମ୍ଭ ବେଳକୁ ପ୍ରବଳ ବର୍ଷା ସତ୍ତ୍ଵେ ହଜାର ହଜାର ଭକ୍ତଙ୍କ ଗହଣରେ ରଥ ରେ ମାଉସୀ ମା ଘର ଗଲେ ଚତୁର୍ଦ୍ଧା ମୁରତି,ବଡଭାଇ ବଳଭଦ୍ର ଓ ସୁନା ଭଉଣୀ ସୁଭଦ୍ରା।ଚଳିତ ବର୍ଷ ପାଗ କୋହଲା ଅନୁକୁଳ ସ୍ୱାଭାବିକ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ତେବେ ସନ୍ଧ୍ୟାରେ ରଥ ଟଣା ଆରମ୍ଭ ବେଳକୁ ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତ ମାନେ ଭିଜି ଭିଜି ରଥ କୁ ଟାଣିଥିଲେ।କୋକସରା ବ୍ଲକ ର କୋକସରା,ବଡ଼ପୋଡାଗୁଡା, ଆମପାଣି,କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା,ଶିଉନି,ମୋଟେର,ଖୁଣ୍ଟିଆ,ଡଙ୍ଗରୀଗୁଡା, ଛିଲିପାମାଲ,କେନ୍ଦୁଡଙ୍ଗରୀ,କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ମହା ସମାରୋହରେ ପାଳିତ ହୋଇଛି। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ଜଗନ୍ନାଥ ମନ୍ଦିର ରଥଯାତ୍ରା ପରିଚାଳନା କମିଟି କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ–ସନତ କୁମାର ପ୍ରଧାନୀ
The post କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ବର୍ଷା ରେ ଭିଜିଲେ ଭକ୍ତ ଓ ଭଗବାନ,ଶାନ୍ତି ଶୃଙ୍ଖଳା ସହ ପାଳିତ। appeared first on Odisha.News.