କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ
ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି। ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ। ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ […] The post କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ appeared first on Dharitri Odia News.
ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି। ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ। ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ସହ ଆଉ କେତୋଟି ଛେଳି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ପାଇଥିଲେ।
ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି। ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି। ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଥିବା ପ୍ରକାଶ କରିଛନ୍ତି। ଫଳରେ ବର୍ତ୍ତମାନ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି। ଉକ୍ତ ଗ୍ରାମର ଉପେନ୍ଦ୍ର ପାଟମାଝି ଙ୍କର ୬ ଗୋଟି ଛେଳି, ମହନ୍ତ ବଡ଼ମାଝି ଙ୍କ ଗୋଟିଏ ଛେଳି , ଆର୍କିଷନ ପାଟମାଝିଙ୍କର ଗୋଟିଏ ଛେଳି,ଓ ଜିନାନ୍ତ ପାଟମାଝିଙ୍କ ର ଦୁଇଟି ଛେଳି ଏପରି ୧୦ ଗୋଟି ଛେଳି ମାରି ଖାଇଥିବା ଅଭିଯୋଗ ହୋଇଛି।
ଏ ନେଇ ଗ୍ରାମବାସୀ ମାନେ କୋଟଗଡ ବନ ବିଭାଗ ରେଞ୍ଜର ବାଳ ଗୋପାଳ ବେହେରାଙ୍କୁ ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀଙ୍କ ସମେତ ସଦଳ ବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଜନ୍ତୁ ଛେଳି ମାନଙ୍କୁ ମାରିଛି, ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
The post କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ appeared first on Dharitri Odia News.