କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି…

କୋଟପାଡ଼,୧୮।୬(ରାଜଶେଖର): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ବୁଧବାର ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହେଇଥିବା ଜଣାପଡିଛି । ଅପରାହ୍ନ ୩ଟାରେ କୋଟପାଡ଼ ସହ କୁସୁମୀକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ବୋବେୟା ପଞ୍ଚୟତ ଚିଲିଗୁଡା ନିକଟରେ ଦୁର୍ଘଟଣା ଘଟିଥିଲା। ସେହିଭଳି ୫ଟାରେ କୋଟପାଡ଼ ଜୟପୁର ଜାତୀୟ ରାଜପଟ ୬୩ ନଂ ସୋର୍ଗୀଗୁଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l ଚିଲିଗୁଡା ରାସ୍ତାରେ ଫୁପୁ ଗଁାର ନୀଳାମ୍ବର ନାୟକ(୫୦) ନିଜ […] The post କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି… appeared first on Dharitri Odia News.

କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି…

କୋଟପାଡ଼,୧୮।୬(ରାଜଶେଖର): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ବୁଧବାର ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହେଇଥିବା ଜଣାପଡିଛି । ଅପରାହ୍ନ ୩ଟାରେ କୋଟପାଡ଼ ସହ କୁସୁମୀକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ବୋବେୟା ପଞ୍ଚୟତ ଚିଲିଗୁଡା ନିକଟରେ ଦୁର୍ଘଟଣା ଘଟିଥିଲା। ସେହିଭଳି ୫ଟାରେ କୋଟପାଡ଼ ଜୟପୁର ଜାତୀୟ ରାଜପଟ ୬୩ ନଂ ସୋର୍ଗୀଗୁଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l ଚିଲିଗୁଡା ରାସ୍ତାରେ ଫୁପୁ ଗଁାର ନୀଳାମ୍ବର ନାୟକ(୫୦) ନିଜ ବାଇକ ନେଇ କୌଣସି କାମରେ ବୋବେୟା ଯାଇ ଫେରୁଥିବା ସମୟରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ତାଙ୍କ ବାଇକ ରାସ୍ତା ଉପରେ ପଡିଥିବା ସହ ସେ ରାସ୍ତା ପାର୍ଶ୍ୱ ଏକ ନାଳରେ ପଡିଥିବା ଯାତାୟତ କରୁଥିବା ଲୋକେ ଦେଖି ତୁରନ୍ତ କୋଟପାଡ଼ ପୋଲିସକୁ ଖବର ଦେଇଥିଲେ। ଏଥି ପୂର୍ବରୁ ତାଙ୍କର ମୃତ୍ୟୁ ହେଇଥିବା ଉପସ୍ଥିତ ଲୋକେ କହିଛନ୍ତି।

ସେହିଭଳି ୫ ଟାରେ କୋଟପାଡ଼ରୁ ଜୟପୁର ଯାଉଥିବା ଗୁପ୍ତା ନାମକ ଘରୋଇ ବସ ସୋର୍ଗୀଗୁଡା ଛକରେ ବତାଶନା ଗ୍ରାମ ପାର୍ଶ୍ୱରୁ ଆସୁଥିବା ଏକ ବାଇକ ଆରୋହୀ ରାସ୍ତା ପାର କରୁଥିବା ସମୟରେ ବସଟି ଧକ୍କା ଦେଇଥିଲା। ଫଳରେ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡିଥିଲେ। ଉପସ୍ଥିତ ଲୋକେ ତୁରନ୍ତ ଏକ ଅଟୋ ରେ ତାଙ୍କୁ କୋଟପାଡ଼ ସାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ବ୍ୟକ୍ତି ଜଣଙ୍କ କେରକେଣ୍ଡା ଅଞ୍ଚଳର ବୋଲି ଲୋକେ କହୁଥିବା ବେଳେ ତାଙ୍କ ନାମ ଜଣାପଡିନାହିଁ l ଦୁଇଟି ଦୁର୍ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି l

The post କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି… appeared first on Dharitri Odia News.