କୋଟସମଲାଇ ହାଇସ୍କୁଲ ର ପୂଜା କମ୍ପ ମାଟ୍ରିକ ପରୀକ୍ଷାରେ 499 ମାର୍କ ରଖି ଟପ୍ପର ହୋଇଛନ୍ତି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ଛାତ୍ରୀ ପୂଜା କମ୍ପ ମାଟ୍ରିକ ପରୀକ୍ଷା ରେ ୪୯୯ ମାର୍କ ଆଣି ସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ହାଇସ୍କୁଲ ସ୍ତରରେ ମାଟ୍ରିକ ଟପ୍ପର ହୋଇଛନ୍ତି । ଛାତ୍ରୀ ପୂଜା କମ୍ପ ଟପ୍ପର ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ , ପରିବାର ବର୍ଗ ତଥା ଗାଁ ରେ ଖୁସିର ଲହରୀ ଖେଳି ଯାଇଛି। ଛାତ୍ରୀ ପୂଜା […] The post କୋଟସମଲାଇ ହାଇସ୍କୁଲ ର ପୂଜା କମ୍ପ ମାଟ୍ରିକ ପରୀକ୍ଷାରେ 499 ମାର୍କ ରଖି ଟପ୍ପର ହୋଇଛନ୍ତି appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ଛାତ୍ରୀ ପୂଜା କମ୍ପ ମାଟ୍ରିକ ପରୀକ୍ଷା ରେ ୪୯୯ ମାର୍କ ଆଣି ସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ହାଇସ୍କୁଲ ସ୍ତରରେ ମାଟ୍ରିକ ଟପ୍ପର ହୋଇଛନ୍ତି । ଛାତ୍ରୀ ପୂଜା କମ୍ପ ଟପ୍ପର ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ , ପରିବାର ବର୍ଗ ତଥା ଗାଁ ରେ ଖୁସିର ଲହରୀ ଖେଳି ଯାଇଛି। ଛାତ୍ରୀ ପୂଜା କମ୍ପ ସାହିତ୍ୟ ରେ ୯୦, ଇଂରାଜୀ ରେ ୭୨, ସଂସ୍କୃତ ରେ ୯୧, ଗଣିତରେ ୭୪, ବିଜ୍ଞାନ ରେ ୭୬, ଇତିହାସ ଭୂଗୋଳ ୯୬ ମାର୍କ ଆଣି ଗୈରବ ଅର୍ଜନ କରିଥିଲେ। ଛାତ୍ରୀ କରିନା ଖୁର୍ଡିଆ ୪୬୨ ମାର୍କ ଆଣି ହାଇସ୍କୁଲ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। କରିନା ସାହିତ୍ୟ ରେ ୯୦, ଇଂରାଜୀ ରେ ୬୯, ସଂସ୍କୃତ ରେ ୯୫, ଗଣିତରେ ୫୪, ବିଜ୍ଞାନ ରେ ୭୬, ଇତିହାସ ଭୂଗୋଳ ରେ ୭୮ ମାର୍କ ଆଣିଛନ୍ତି। ଛାତ୍ରୀ ପୂଜା କମ୍ପ ପ୍ରଥମ ଏବଂ ଛାତ୍ରୀ କରିନା ଖୁର୍ଡିଆ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ, ରେ ଖୁସିର ବାତାବରଣ ଦେଖା ଦେଇଛି । କୋଟସମଲାଇ ହାଇସ୍କୁଲ ରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ପାସ୍ କରିଥିବା ଜଣାପଡ଼ିଛି।
The post କୋଟସମଲାଇ ହାଇସ୍କୁଲ ର ପୂଜା କମ୍ପ ମାଟ୍ରିକ ପରୀକ୍ଷାରେ 499 ମାର୍କ ରଖି ଟପ୍ପର ହୋଇଛନ୍ତି appeared first on Odisha.News.